Sun. Mar 8th, 2026

ଯୋଗୀ ସରକାର ନେଲେ ଏହି ପଦକ୍ଷେପ, ଏବେ ଆଉ ଦାମିକା ମର୍ସିଡିଜ କାର ଚଢ଼ିବେନି ମୁଲାୟମ ସିଂହ ଯାଦବ

210 Views

ଲକ୍ଷ୍ନୌ   :   ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ଅଡ଼ୁଆ ପୁଣି ବଢ଼ିଛି। ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କ ପକ୍ଷରୁ ତାଙ୍କର ଦାମିକା ମର୍ସିଡିଜ କାରକୁ ମଧ୍ୟ ପ୍ରତ୍ୟାହାର କରାଯିବା ନେଇ ନିଷ୍ପତ୍ତି ହୋଇଛି। ମିଳିଥିବା ସୂଚନା ଅନୁସାରେ ଉକ୍ତ ମର୍ସିଡିଜ କାରରେ ବୈଷୟିକ ତ୍ରୁଟି ରହିଛି ଯାହାର ମରାମତି ପାଇଁ ୨୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ବଜେଟରେ ମରାମତିପାଇଁ ଏତେ ପରିମାଣର ଅର୍ଥ ନାହିଁ । ତେଣୁ ମୁଲାୟମଙ୍କଠାରୁ ଏହି ମର୍ସିଡିଜ କାର ଫେରାଇ ଅଣାଯାଇ ତାଙ୍କୁ ଅନ୍ୟ ଏକ କାର ଦିଆଯିବ। ଏହା ଏକ ଟୋୟୋଟା ପ୍ରାଡୋ ବୋଲି ଜଣାଯାଇଛି। ସୂଚନାଯୋଗ୍ୟ ମର୍ସିଡିଜ କାର ପ୍ରତ୍ୟାହାର କରାଯିବା ଆଗରୁ ମୁଲାୟମ ସିଂହ ଯାଦବଙ୍କଠାରୁ ତାଙ୍କ ବିଳାସପୂର୍ଣ୍ଣ ବଙ୍ଗଳା ଏବଂଲୋହିଆ ଟ୍ରଷ୍ଟ କାର୍ଯ୍ୟାଳୟକୁ ଖାଲି କରାଯାଇଛି।

ଦାମିକା ମର୍ସିଡିଜ କାରକୁ ପ୍ରତ୍ୟାହାର କରାଯିବା ନେଇ ନିଷ୍ପତ୍ତି ସଂପର୍କରେ ସମାଜବାଦୀ ପାର୍ଟିର ନେତାମାନେ ବିଜେପିର ଯୋଗୀ ସରକାରକୁ ଆକ୍ଷେପ କରିଛନ୍ତି । ସେମାନେ କହିଛନ୍ତି ଯେ, ଏହା ବିରୋଧୀ ଦଳଙ୍କ ଉପରେ ଆଉ ଏକ ଆକ୍ରମଣ । ରାଜ୍ୟ ସରକାର ବିଜ୍ଞାପନ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲା ବେଳେ କାର ମରାମତି ବାବଦରେ ଅର୍ଥ ଖର୍ଚ୍ଚ କରିବାକୁ କୁଣ୍ଠିତ ହେଉଛନ୍ତି।

By amfnews

Related Post