Thu. May 15th, 2025

ଯୋଗାଣ ସାମଗ୍ରୀରେ ଅନିୟମିତତା ଯୋଗୁଁ ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

By amfnews Jul 14, 2018 #Featured
316 Views

ରାଉରକେଲା, ୧୪/୭ : ରାଉରକେଲା ଓ ଏହାର ଆଖପାଖ ଅଞ୍ଚଳରେ ଯୋଗାଣ ହେଉଥିବା ଖାଉଟି ସାମଗ୍ରୀରେ ଅନିୟମିତତା ପାଇଁ ଜିଲା କଂଗ୍ରେସ ତରଫରୁ ସଭାପତି ରବି ରାୟଙ୍କ ନେତୃତ୍ୱରେ ଅତିରିକ୍ତ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ରାଉରକେଲା ସହରରେ ଥିବା ସରକାରୀ ଖୁଚୁରା ବିକ୍ରେତାମାନଙ୍କର ଦୋକାନ ଠିକ୍ ସମୟରେ ଓ ନିୟମିତ ଭାବେ ଖୋଲାଯାଉ ନାହିଁ । ଫଳରେ ଗରିବ ରାସନ କାର୍ଡଧାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ବିଶେଷ କରି ରାସନକାର୍ଡ ହିତାଧିକାରୀମାନେ ଗରିବ ଓ ଖଟିଖିଆ ଶ୍ରେଣୀର ଲୋକ ହୋଇଥାନ୍ତି । ଏହି ଦୋକାନଗୁଡିକ ନିୟମିତ ଭାବେ ଖୋଲୁନଥିବାରୁ ସେମାନେ ଉଭୟ ମାନସିକ ଓ ଆର୍ôଥକ କ୍ଷତି ସହୁଛନ୍ତି । ରାସନ ସାମଗ୍ରୀ ପାଇଁ ସେମାନେ ଦୋକାନକୁ ଆସି ଲାଇନ୍ ଦେଉଥିବା ବେଳେ ଦୋକାନୀଙ୍କ ଦେଖା ମିଳୁ ନାହିଁ । ଫଳରେ ସେମାନଙ୍କର ଦିନକର ମଜୁରୀ ଯାହା ସେମାନେ କାମ କରିଥିଲେ ପାଇଥାନ୍ତେ ତାକୁ ହରାଉଛନ୍ତି । ଏହାଦ୍ୱାରା ଗରିବ ଲୋକମାନେ ବହୁ କ୍ଷତିର ସମ୍ମୁଖୀନ ହେଉଛନ୍ତି ।

ଏଣୁ ଜିଲା କଂଗ୍ରେସ ପକ୍ଷରୁ ସପ୍ତାହର ୭ ଦିନ ଉଭୟ ସକାଳେ ଓ ସନ୍ଧ୍ୟାରେ ନିୟମିତ ଭାବେ ଓ ସଠିକ୍ ସମୟରେ ଏହି ସରକାରୀ ଖୁଚୁରା ଦୋକାନଗୁଡିକ ଖୋଲିବା ପାଇଁ କୁହାଯାଇଛି ଓ କଣ୍ଟ୍ରୋଲ ଦୋକାନରେ ହେଉଥିବା ଅନିୟମିତତା ପାଇଁ ନିରପେକ୍ଷ ତଦନ୍ତ ଦାବି କରାଯାଇଛି ।

ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ସବୀର ହୁସେନ, ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ମହିଳା ସଭାନେତ୍ରୀ ପ୍ରଭାତୀ ମିଶ୍ର, ଦୀନବନ୍ଧୁ ଭୋଳ, ଜେ.ଏନ୍. କୁମାର, ବରିୟମ ସିଂ, ଭାସ୍କର ଖିଲାର, ସେବାଦଳ ପ୍ରମୁଖ ବିନୋଦ ରାଉତ, ଗଜେନ୍ଦ୍ର ତନ୍ତୀ, ସଂଖ୍ୟାଲଘୁ ପ୍ରମୁଖ ଏମ୍ଡି ସମିମ, ସୋଏବ ଅକତର, ଏମ୍ଡି ଇମାମ, କୀର୍ତ୍ତନ ଦାସ, ବାସୁ ବାନାର୍ଜୀ, ଛବିଳ ଦାସ, ନିରୁପମା ବଳିୟାରସିଂ, ଅଜୟ ମନ୍ତ୍ରୀ, ଜିତୁ ସାହୁ, ମଝିଆ ପ୍ରଧାନ, ବିଜୁ ପୁରୋହିତ, ଶିବୁ ଓରାମ, ପ୍ରମୋଦ ଶର୍ମା, ପବନ ରାୟ, ଏମ୍ଡି ସାହାବୁଦ୍ଦିନ, ମାନୁ ସାମଲ, ଭାସ୍କର ଦାସ, ଗିରିଜା ମିଶ୍ର, ସୋମନାଥ ପଣ୍ଡା, ଦେବବ୍ରତ ନାୟକ, ରତିକାନ୍ତ ମଲ୍ଲିକ, ଧୁସା ନାୟକ, ରମେଶ ଗୁପ୍ତା, ଶଙ୍କର ଅଗ୍ରୱାଲ, ସର୍ବେଶ ସିଂ, ଯୁବ କଂଗ୍ରେସର ପ୍ରଦୀପ ବେହେରା, ସନ୍ଦୀପନ ମହାପାତ୍ର, ସାବିର ରାଜା, ଗୌତମ ଲେଙ୍କା, ଛାତ୍ରନେତା ହିତେଶ ଦେହୁରୀ, ଅବିନାଶ ଖାଖା, ସୁମିତ କଂସାରୀ, ବିଷ୍ଣୁ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।

By amfnews

Related Post