Wed. Nov 20th, 2024

ଯେକୌଣସି ସମୟରେ ଚୀନ ଓ ପାକିସ୍ତାନକୁ ମୁକାବିଲା କରି ପାରିବୁ: ଭାରତୀୟ ବାୟୁସେନା

By amfnews Sep 26, 2020 #Featured
102 Views

ଲଦ୍ଦାଖ, ସେପ୍ଟେମ୍ବର ୨୬ : ପୂର୍ବ ଲଦ୍ଦାଖରେ ଚୀନ ସହ ଦେଖାଯାଇଥିବା ଉତ୍ତେଜନା ନେଇ ଭାରତୀୟ ବାୟୁ ସେନା ନିଜ ତରଫରୁ ପ୍ରସ୍ତୁତ ରହିଛି । ବାୟୁ ସେନା କହିଛି ଯଦି ଚୀନ ସହିତ ପାକିସ୍ତାନ କୌଣସି ଅପ୍ରୀତିକର ଘଟଣାରେ ସାମିଲ ହେବାକୁ ଚାହିଁବ, ତାହେଲେ ଆମେ ଏହାର କଡ଼ା ଜବାବ ଦେବାରେ ସକ୍ଷମ ଅଛୁ ।

ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂତ୍ର ଅନୁସାରେ ଭାରତୀୟ ବାୟୁ ସେନାର ଲଦ୍ଦାଖରେ ଆଡଭାନ୍ସ ଏୟାର ବେସ ପାକିସ୍ତାନର ସୀମା ଠାରୁ ୫୦ କିଲୋମିଟର ଦୂରରେ ରହିଛି । ସେହିଭଳି ଭାରତର ରଣନୀତିକ ଏୟାରବେସ ଓଲ୍ଡି ପାଖାପାଖି ୮୦ କିଲୋମିଟର ଦୂରରେ ଅଛି । ପାକିସ୍ତାନ ତରଫରୁ କୌଣସି ପ୍ରକାର ଘଟଣା କରାଗଲେ ଏହି ୨ଟି ଏୟାର ବେସରୁ ଲଢୁଆ ବିମାନ ମାତ୍ର ୨ରୁ ୪ ମିନିଟ ମଧ୍ୟରେ ଠିକଣା ସ୍ଥାନରେ ପହଂଚିଯିବ ।

ଉଭୟ ଏୟାର ବେସରେ ଏବେ ଲଢୁଆ ବିମାନ ହେଲିକପ୍ଟର, ମାଲଗାଡ଼ି ବିମାନ ଓ ପରିବହନ ହେଲିକପ୍ଟର ମୁତୟନ କରାଯାଇଛି । ଏଠାରେ ଦିନ ରାତି ଅଭ୍ୟାସ କରାଯାଉଛି । ଏହି ଏୟାର ବେସରେ ସୁଖୋଇ ୩୦ଏମକେଆଇର ଶବ୍ଦ ଶତ୍ରୁକୁ ଡରାଉଛି । ବିଶାଳକାୟ ପରିବହନ ବିମାନ ସି-୧୩୦ଜେ, ଆଇଏଲ-୭୬ ଏବଂ ଏଏନ-୩୨ ଲଗାତାର ଏହି ଏୟାର ବେସ ସମେତ ପୂର୍ବ ଲଦ୍ଦାଖରେ ସୈନିକ, ଅସ୍ତ୍ରଶସ୍ତ୍ର ଏବଂ ରାସନ ସାମଗ୍ରୀ ଯୋଗାଉଛି ।

ଆଶା କରାଯାଉଛି ଯେ, ଚୀନ ସହିତ ଯୁଦ୍ଧ ସ୍ଥିତିରେ ଭାରତ ବିରୋଧରେ ପାକିସ୍ତାନ ମୋର୍ଚ୍ଚା ଖୋଲିପାରେ । ସ୍କାର୍ଦୁ ଏୟାର ବେସରୁ ଭାରତର ଠିକଣାରେ ଆକ୍ରମଣ କରିପାରେ । ଏହି ଆଶଙ୍କା ନେଇ ଏୟାର ଫୋର୍ସର ଜଣେ ଫ୍ଲାଇଟ ଲେଫନାଣ୍ଟ ର‌୍ୟାଙ୍କର ଅଧିକାରୀ କହିଛନ୍ତି, ପାକିସ୍ତାନ ଏଭଳି ଭୟ କରାଇପାରେ । କିନ୍ତୁ ପାକିସ୍ତାନକୁ ଏମତି କଲେ ମହଙ୍ଗା ପଡ଼ିବ ବୋଲି ସେ କହିଛନ୍ତି । କାରଣ ଆମେ ଯେକୌଣସି ପରିସ୍ଥିତିକୁ ମୁକାବିଲା କରିବା ଲାଗି ପ୍ରସ୍ତୁତ ଅଛୁ ।

By amfnews

Related Post