Mon. Dec 23rd, 2024

ଯେଉଁ ଦିନ ରାମ ମନ୍ଦିର ନିର୍ମାଣ ଆରମ୍ଭ ହେବ, ସେଦିନ ଅଯୋଧ୍ୟା ଫେରିବି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

By amfnews Jul 30, 2020 #Featured
139 Views

ନୂଆଦିଲ୍ଲୀ, ଜୁଲାଇ ୩୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ଅଗଷ୍ଟ ୫ ତାରିଖରେ ଅଯୋଧ୍ୟରେ ରାମ ମନ୍ଦିର ଲାଗି ଭୂମି ପୂଜା କରିବାକୁ ଯାଉଛନ୍ତି । ସବୁଠାରୁ ବଡ଼ କଥା ହେଲା ଯେ, ଜାଣତରେ ହେଉ ଅଥବା ନଜାଣି ହେଉ ନିଜେ ଦେଇଥିବା ପ୍ରତିଶ୍ରୁତି ପୂରା କରିବାକୁ ଯାଉଛନ୍ତି । ଆଜକୁ ଠିକ ୨୯ ବର୍ଷ ପୂର୍ବେ ରାମ ମନ୍ଦିର ଆନ୍ଦୋଳନ ସମୟରେ ୧୯୯୧ରେ ଜଣେ ଫଟୋଗ୍ରାଫରଙ୍କ ସହିତ କଥାବାର୍ତ୍ତା ସମୟରେ କହିଥିଲେ- ଯେଉଁ ଦିନ ରାମ ମନ୍ଦିର ନିର୍ମାଣ ଆରମ୍ଭ ହେବ, ସେ ଫେରିଆସିବେ । ସାମାଜିକ ଗଣମାଧ୍ୟମରେ ୧୯୯୧ର ମୋଦୀ ଓ ବିଜେପିର ବରିଷ୍ଠ ନେତା ମୁରଲୀ ମୋନହର ଯୋଶୀଙ୍କ ଭାଇରାଲ ହେଉଥିବା ଫଟୋ ଉଠାଇଥିବା ମହେନ୍ଦ୍ର ତ୍ରିପାଠୀ ଏହା କହିଛନ୍ତି ।

ରାମଜନ୍ମଭୂମି ନିକଟରେ ଫଟୋ ଷ୍ଟୁଡିଓ ଦେଇଥିବା ମହେନ୍ଦ୍ର ତ୍ରିପାଠୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ୧୯୯୧ରେ ମୋଦୀଙ୍କ ଏହି ବିରଳ ଫଟୋ ଉଠାଇଥିଲେ । ଏହି ସମୟରେ ସେ ମୋଦୀଙ୍କ ସହିତ କଥାବାର୍ତ୍ତା କରିଥିଲେ । ତ୍ରିପାଠୀ ସେହିଦିନକୁ ମନେ ପକାଇ କୁହନ୍ତି, ମୋଦୀ ବିଜେପିର ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀଙ୍କ ସହିତ ଏପ୍ରିଲ ୧୯୯୧ରେ ଅଯୋଧ୍ୟା ଆସିଥିଲେ ଏବଂ ସେ ବିବାଦୀୟ ଅଂଚଳକୁ ଗସ୍ତ କରିଥିଲେ ।

ତ୍ରିପାଠୀ କହିଛନ୍ତି, ସେ ଅଯୋଧ୍ୟାର ଏକମାତ୍ର ଫଟୋଗ୍ରାଫର ଥିଲେ । ସେ ବିଶ୍ୱ ହିନ୍ଦୁ ପରିଷଦ ସହିତ ଜଡ଼ିତ ଥିଲେ । ତ୍ରିପାଠୀ କହିଛନ୍ତି ଯୋଶୀ ସାମ୍ବାଦିକମାନଙ୍କୁ ଗୁଜୁରାଟର ବିଜେପି ନେତା ଭାବେ ମୋଦୀଙ୍କୁ ପରିଚୟ କରାଇଥିଲେ । ମୁଁ ଓ ସ୍ଥାନୀୟ ସାମ୍ବାଦିକମାନେ ଯେତେବେଳେ ପଚାରିଥିଲୁ, ମୋଦୀ କହିଥିଲେ- ଯେଉଁ ଦିନ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବ, ସେଦିନ ଅଯୋଧ୍ୟା ଫେରିବି ।

By amfnews

Related Post