Sat. Mar 7th, 2026

ଯୁବସେନାର ଅସନ୍ତୋଷ ଦୂର କରିବା ଲାଗି ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କ ବାସଭବନରେ ବିଜେପି ପ୍ରାର୍ଥୀ ପୁନମ୍‌ ମହାଜନ

309 Views

ମୁମ୍ବାଇ: ଉତ୍ତର ମଧ୍ୟ ମୁମ୍ବାଇ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ପୁନମ୍‌ ମହାଜନ ଶିବସେନାର ଯୁବ ସଂଗଠନ ଯୁବସେନାର ଅସନ୍ତୋଷ ଦୂର କରିବା ଲାଗି ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କ ବାସଭବନକୁ ଯାଇଥିଲେ। ସେଠାରେ ସେ ଉଦ୍ଧବ ଠାକରେଙ୍କୁ ଭେଟି ପୁଷ୍ପଗୁଚ୍ଛ ଦେଇଥଲେ ଓ ଯୁବସେନା ମୁଖ୍ୟ ତଥା ଉଦ୍ଧବଙ୍କ ପୁତ୍ର ଆଦିତ୍ୟ ଠାକ୍‌ରେଙ୍କ ସହିତ ହାତ ମିଳାଇ କଥା ହୋଇଥିଲେ। ଉଭୟ ନେତାଙ୍କ ସହ ଆଲୋଚନା ପରେ ଦୁଇ ଦଳ ଭିତରେ ଥିବା ଅସନ୍ତୋଷ ଦୂର ହୋଇଥିବା କୁହାଯାଉଛି।

ଏଠାରେ ସୂଚନାଯୋଗ୍ୟ ଯେ ପୁନମ୍‌ ମହାଜନଙ୍କ ନିର୍ବାଚନୀ ପୋଷ୍ଟରରେ ଆଦିତ୍ୟ ଠାକ୍‌ରେଙ୍କ ଫଟୋ ନଥିବା ହେତୁ ଯୁବ ସେନାର କର୍ମୀମାନେ କ୍ଷୋଭ ପ୍ରକାଶ କରିବା ସହ ପୁନମଙ୍କୁ ପ୍ରଚାରରେ ସହଯୋଗ କରୁ ନଥିଲେ। ତେବେ ପୁନମ୍‌ ମହାଜନ କହିଛନ୍ତି ଯେ ସେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଆଶୀର୍ବାଦ ଭିକ୍ଷା କରିବାଲାଗି ଆସିଥିଲେ। ଏହି ସମୟରେ ଉଦ୍ଧବ ଓ ଆଦିତ୍ୟଙ୍କ ବ୍ୟତୀତ ଉଦ୍ଧବଙ୍କ ପତ୍ନୀ ରଶ୍ମୀ ଠାକ୍‌ରେ, ଶିବସେନା ନେତା ଅନୀଲ ପରବ ଓ ଅନୀଲ ଦେଶାଇ ମଧ୍ୟ ଉପସ୍ଥିତ ଥିଲେ।

By amfnews

Related Post