Tue. May 13th, 2025

ଯୁବତୀଙ୍କୁ ନିଜର ଜୀବନ ରକ୍ଷାକାରୀ ଭିଟାମିନ୍‌ ବୋଲି କହୁଥିଲା ଡ୍ରଗ୍‌ ମାଫିଆ ଏଲ୍‌ ଚାପୋ

By amfnews Feb 4, 2019 #Featured
288 Views

ନିଉୟର୍କ: ବିଶ୍ୱର ସବୁଠାରୁ ବଡ଼ ଡ୍ରଗ୍‌ ମାଫିଆ ଏଲ୍‌ ଚାପୋକୁ ବା କିଏ ନ ଜାଣେ! ଗିରଫ ହେବା ପରେ ଏବେ ତା’ର ଟ୍ରାଏଲ୍‌ ଚାଲିଛି। ଦୀର୍ଘ ସମୟ ଧରି ତା’ର ସାଥ୍‌ ଦେଇ ଆସିଥିବା କେତେକ ପୂର୍ବତନ ସାଥୀ ଏଲ ଚାପୋ ଗଜମନ ସଂପର୍କରେ କେତେକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ସେମାନେ କହିଛନ୍ତି ଯେ ଏଲ ଚାପୋ ଅଣ୍ଡରଗ୍ରାଉଣ୍ଡ ହୋଇ ଲୁଚି ରହୁଥିବା ବେଳେ କେତେକ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲା। ସେ ସେମାନଙ୍କୁ ନିଜର ଭିଟାମିନ୍‌ ବୋଲି କହୁଥିଲା, ଯେଉଁମାନେ ତାକୁ ଜୀବନ ଦେଇଛନ୍ତି।

ଏଲେକ୍ସ ନାମକ ଜଣେ ସାକ୍ଷୀ କହିଛନ୍ତି ଯେ କଗ୍ରେଡ୍‌ ମାରିୟା ନାମ୍ନୀ ଜଣେ ମହିଳା ନିୟମିତଭାବେ ଏଲ୍‌ ଚାପୋ ସହିତ ସଂପର୍କରେ ଥିଲେ। ମାରିୟା ନାବାଳିକା ଓ ଯୁବତୀମାନଙ୍କର କେତେକ ଫଟୋ ଏଲ ଚାପୋ ପାଖକୁ ପଠାଉଥିଲା। ସେମାନଙ୍କ ଭିତରୁ ଚାପୋ ଯେଉଁ ଝିଅକୁ ମନୋନୀତ କରୁଥିଲା, ତାକୁ ଏଲ ଚାପୋ ପାଖକୁ ପଠାଉଥିଲେ ମାରିୟା। ଗୋଟିଏ ଯୁବତୀ ପିଛା ମାରିଆକୁ ମିଳୁଥିଲା ପ୍ରାୟ ୩ ଲକ୍ଷ ଟଙ୍କା। ଏଲ ଚାପୋ ମେକ୍‌ସିକୋ ପୁଲିସଠାରୁ ଲୁଚିବା ଲାଗି କାଲିଫର୍ଣ୍ଣିଆର ପାହାଡି ଅଞ୍ଚଳରେ ରହୁଥିଲା ଓ ମାରିଆ ବି ସେଠାରେ ତା’ସହିତ ରହୁଥିଲା।

By amfnews

Related Post