Sun. Mar 8th, 2026

ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ଯୁବକ ଗିରଫ

191 Views

ରାଉରକେଲା : ଫେସବୁକ୍‌ରୁ ଆରମ୍ଭ ହେଲା ପ୍ରେମ। ହେଲେ କିଛି ଦିନର ଚାଟିଂ ପରେ ଯୁବତୀଜଣକ ଅନ୍ୟତ୍ର ବିବାହ କରିବାରୁ ଉତ୍ତ୍ୟକ୍ତ ଯୁବକ ତାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିଦେଇଥିଲେ। ଯୁବତୀଙ୍କ ଅଭିଯୋଗ ପରେ ରାଉରକେଲା ସାଇବର ପୁଲିସ୍‌ ଅଭିଯୁକ୍ତ ଯୁବକଙ୍କୁ ବିହାରର ମୁଙ୍ଗେରରୁ ଗତକାଲି ଗିରଫ କରି ଆଣିଛି। ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ ।

ପୁଲିସ୍‌ ସୂଚନାରୁ ଜଣାଯାଇଛି, ଯୁବତୀଙ୍କ ଘର ରାଉରକେଲାରେ ହୋଇଥିବା ବେଳେ ଯୁବକଙ୍କ ଘର ବିହାରରେ। ତାଙ୍କ ନାମ ଅମନଜିତ ଶର୍ମା। ପ୍ରଥମେ ଫେସ୍‌ବୁକ୍‌ରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହେଲା। ଏହାପରେ ଉଭୟଙ୍କ ମଧ୍ୟରେ କିଛି ଦିନର ଚାଟିଂ ଚାଲିଥିଲା। କିନ୍ତୁ ୨ ମାସ ପୂର୍ବେ ଯୁବତୀଜଣକ ଅନ୍ୟତ୍ର ବିବାହ କରିନେଲେ। ଏଥିରେ ପ୍ରତିଶୋଧପରାୟଣ ହୋଇ ପଡ଼ିଥିବା ଯୁବକଜଣକ କିଛି ଫେକ୍‌ ଆଇଡି ଖୋଲି ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିଦେଲେ। ଅଭିଯୋଗ ପାଇବା ପରେ ରାଉରକେଲା ପୁଲିସ୍‌ ବିହାରରୁ ତାଙ୍କୁ ଗିରଫ କରି ଆଣିଛି।

By amfnews

Related Post