Sun. Mar 8th, 2026

ଯୁବକଙ୍କଠାରୁ ଚେନ୍ ଲୁଟିନେଲା ଦୁର୍ବୃତ୍ତ

176 Views

ଖଣ୍ଡଗିରି  : ରବିବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ସ୍ଥାନୀୟ ଭରତପୁର-ରେଣ୍ଟାଲ କଲୋନି ରାସ୍ତାରେ ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରିବିହାରର ଦେବଦୁର୍ଲଭ ହରିଚନ୍ଦନ ଲୁଟ୍‌ର ଶିକାର ହୋଇଛନ୍ତି। ଜଣେ ଦୁର୍ବୃତ୍ତ ତାଙ୍କୁ ମାଡ଼ ମାରି ବେକରୁ ସୁନା ଚେନ୍ ଛିଡ଼ାଇ ଫେରାର୍ ହୋଇଯାଇଛି। ଏନେଇ ଦେବ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ଓ ଦୁର୍ବୃତ୍ତ ଚଳାଉଥିବା ବାଇକ୍ ନମ୍ବର ପାଇ ପୁଲିସ ଛାନଭିନ୍‌ ଆରମ୍ଭ କରିଛି। ରେ‌େଭନ୍ସା ବିଶ୍ବବିଦ୍ୟାଳୟରେ ଗଣମାଧ୍ୟମ ପାଠ୍ୟକ୍ରମରେ ଅଧ୍ୟୟନ କରୁଥିବା ଦେବ କୌଣସି କାମରେ ଶ୍ୟାମପୁରରେ ରହୁଥିବା ତାଙ୍କ ବଡ଼ବାପାଙ୍କ ଘରକୁ ଆସିଥିଲେ। ଫେରିବା ବାଟରେ ଦୁର୍ବୃତ୍ତ ଜଣଙ୍କ ବାଇକ୍ ସାଇଡ୍ ମରାକୁ ନେଇ ଉପରେ ପଡ଼ି କଳି କରିଥିଲା ଓ ତାଙ୍କୁ ମାଡ଼ ମାରିଥିଲା। ଦୁର୍ବୃତ୍ତଜଣଙ୍କ ସେଠାରୁ ପଳାଇବା ପରେ ଦେବ ଚେନ୍ ଲୁଟ୍ ହୋଇଥିବା ଜାଣିଥିଲେ।

By amfnews

Related Post