Thu. Nov 7th, 2024

ଯୁକ୍ତ ତିନି ଛାତ୍ରୀଙ୍କୁ ସହପାଠୀଙ୍କ ଗଣ ଦୁଷ୍କର୍ମ: ଏମିତି ଥିଲା ଷଡ଼ଯନ୍ତ୍ର

By amfnews Jul 16, 2019 #Featured
84 Views

ସୁନ୍ଦରଗଡ଼ : ଜଣେ ଯୁକ୍ତ ତିନିର ପ୍ରଥମ ବର୍ଷ ଛାତ୍ରୀଙ୍କୁ ସହପାଠୀମାନେ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ଗତକାଲି ଛାତ୍ରୀ ଜଣଙ୍କ ସୁନ୍ଦରଗଡ଼ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍‌ ଏହି ଘଟଣାରେ ୪ଜଣ ସହପାଠୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୁଲିସ୍‌ ବାଇକ୍‌କୁ ମଧ୍ୟ ଜବତ କରିଛି।

ଅଭିଯୋଗ ଅନୁସାରେ, ଗତ ଜୁନ୍ ୨୬ତାରିଖରେ କଲେଜ ଯିବା ପାଇଁ ଛାତ୍ରୀ ଜଣକ ରାସ୍ତାରେ ଛିଡ଼ା ହୋଇଥିଲେ। ଏହି ସମୟରେ ତାର ଜଣେ ସହପାଠୀ ବାଇକରେ ଆସି କଲେଜ ଛାଡ଼ି ଦେବା ପାଇଁ କହିଥିଲେ। ଛାତ୍ରୀଜଣକ ତାଙ୍କ ସହିତ ବାଇକରେ ଯାଇଥିଲେ।  ତେବେ କଲେଜ ଯିବା ବାଟରେ କିଞ୍ଜିରକେଲା ଥାନା ପୁଟୁଡିହି ଜଙ୍ଗଲରେ ଜଣେ ସହପାଠୀ ତାକୁ ଜଙ୍ଗଲ ମଧ୍ୟକୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ଏହାସହ ଆଉ ତିନି ଜଣ ସହପାଠୀ ସେଠାରେ ପହଞ୍ଚି  ଛାତ୍ରୀଙ୍କ ସହିତ ଦୁଷ୍କର୍ମ କରିଥିଲେ। ତେବେ ଛାତ୍ରୀ ଜଣକ ଲୋକଲଜ୍ଜାକୁ ଡରି କାହାରିକୁ କିଛି କହିପାରିନଥିଲେ। କିନ୍ତୁ ସେଦିନରୁ ଆଉ ସେ କଲେଜ ଯିବା ବନ୍ଦ କରିଦେଇଥିଲେ।

ଏହାସହିତ ଚୁପଚାପ ରହୁଥିଲେ। ଛାତ୍ରୀଙ୍କ ଆଚରଣକୁ ଦେଖି ପରିବାର ଲୋକଙ୍କ ସନ୍ଦେହ ଉପୁଜିଥିଲା।  ପରିବାର ଲୋକେ ତାକୁ ପଚରାଉଚରା କରିବା ପରେ ସେ ସମସ୍ତ କଥା କହିଥିଲା। ଆଜି ଏନେଇ ସୁନ୍ଦରଗଡ଼ ଥାନାରେ ଛାତ୍ରୀ ଜଣକ ଲିଖିତ ଅଭିଯୋଗ କଲା ପରେ ପୁଲିସ ୪ଜଣ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ସୁନ୍ଦରଗଡ଼ ସଦର ଥାନା ଅଧିକାରୀ ରମାକାନ୍ତ ସାଏ କହିଛନ୍ତି,“ ଘଟଣାର ତଦନ୍ତ ଚାଲିଛି। ଛାତ୍ରୀଙ୍କ ଡାକ୍ତରୀମାଇନା କରାଯିବ। ତା’ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।”

By amfnews

Related Post