Mon. Mar 9th, 2026

ଯାଜପୁର ରୋଡ୍ ଦଳା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ମହିଳାଙ୍କ ମୃତ୍ୟୁ, ଆମ୍ବୁଲାନ୍ସ ଚାଳକ ଓ ଶିଶୁ ଗୁରୁତର

171 Views

ଯାଜପୁର: ଯାଜପୁର ଜିଲ୍ଲାର ଯାଜପୁର ରୋଡ୍ ଦଳା ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକ୍ ପଛରେ ଏକ ୧୦୮ ଆମ୍ବୁଲାନ୍ସ ପିଟି ହୋଇଯିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି।

ଏହି ଦୁର୍ଘଟଣାରେ ମହିଳାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏହାଛଡ଼ା ଆମ୍ବୁଲାନ୍ସ ଚାଳକଙ୍କ ଅବସ୍ଥା ସଂକଟାପନ୍ନ ହୋଇଥିବା ଜଣାଯାଇଛି। ଠିକ ସେହିପରି ମୃତ ମହିଳାଙ୍କର ୮ ମାସର ଶିଶୁ ପୁତ୍ର ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଶିଶୁ ପୁତ୍ରଙ୍କୁ ପ୍ରଥମେ ଯାଜପୁର ରୋଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି ।

ଏହି ରିପୋର୍ଟ ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ମୃତ ମହିଳା ଓ ଗୁରୁତର ଶିଶୁଟିର ପରିଚୟ ମିଳିପାରି ନାହିଁ।ତେବେ ଖବର ପାଇ ପୁଲିସ ଶବ ଜବତ କରି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି ।

By amfnews

Related Post