Fri. Mar 6th, 2026

ଯାଜପୁର ଜିଲ୍ଲାର ୧୩ ଗାଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

249 Views

ଯାଜପୁର  : ଯାଜପୁର ଜିଲ୍ଲାରେ ଗତକାଲି ୫ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ  କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି। ଯାଜପୁର ବ୍ଲକର ପଣସା, ବାସୁଦେବପୁର, ଜହାନପୁର ପଞ୍ଚାୟତର ୬ଟି ଗାଁରେ ଲଗାଯାଇଛି କଟକଣା।ସେହିପରି କୋରେଇ ବ୍ଳକ ମୁକୁନ୍ଦପୁର ପଞ୍ଚାୟତର କଣ୍ଟେନମେଣ୍ଟ ଜୋନରେ ମଧ୍ୟ ୩ଟି ଗାଁ ରହିଛି।

ଦଶରଥପୁର ବ୍ଲକର ବିରଜାପୁର, ତଲିହା, ବିହାରୀ ପଞ୍ଚାୟତର ୪ଟି ଗାଁରେ ମଧ୍ୟ କଟକଣା କରାଯାଇଛି।ଏହିଭଳି ମୋଟ ୭ଟି ପଞ୍ଚାୟତର ୧୩ଟି ଗାଁକୁ ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି।

ଗତକାଲି ଯାଜପୁର ଜିଲ୍ଲାରୁ ନୂଆ ୫ କରୋନା ପଜିଟିଭି ଚିହ୍ନଟ ହୋଇଥିଲେ। ସେଥିମଧ୍ୟରୁ ଯାଜପୁର ବ୍ଲକର ୩ ଜଣ, କୋରେଇ ବ୍ଲକରୁ ଜଣେ ଓ ଦଶରଥପୁରରୁ ଜଣେ ଅଛନ୍ତି।

By amfnews

Related Post