Sat. Mar 7th, 2026

ମୟୁରଭଞ୍ଜ: ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଯୁବକଙ୍କୁ ଫାଶୀ ଦଣ୍ଡାଦେଶ

225 Views

ବାରିପଦା  :  ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି କରି ବାରିପଦା ପୋକ୍ସୋ କୋର୍ଟ ବୁଧବାର ଜଣେ ଯୁବକଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଥାନା ଅଧୀନରେ ଗରୁଡବସାର ୮ ବର୍ଷର ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା ମାମଲାର ଶୁଣାଣି କରି କୋର୍ଟ ଅଭିଯୁକ୍ତ ଯାମିନୀ ମହାନ୍ତଙ୍କ ପାଇଁ  ଫାଶୀ ଦଣ୍ଡାଦେଶ ଦେଇଛନ୍ତି।

ଘଟଣା ଦିନ ଦୁଷ୍କର୍ମକାରୀ ଯାମିନୀ ନାବାଳିକାକୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ରଜ ଦୋଳି ଖେଳିବା ବାହାନାରେ ଡାକି ନେଇଥିଲା। ନାବାଳିକାକୁ ଜଙ୍ଗଲରେ ଦୁଷ୍କର୍ମ  କରିବା ପରେ ପଥରରେ ଛେଚି ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରିଥିଲା। ପରେ ପୁଲିସ ଯାମିନୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।

ପୀଡିତାଙ୍କ ପରିବାର ଉପସ୍ଥିତିରେ କୋର୍ଟ ଦଣ୍ଡ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ୨୦୧୮ ମସିହା ଜୁନ ୧୪ରେ ଏହି ଘଟଣା ଘଟିଥିଲା। ଘଟଣାର ଏକ ବର୍ଷ ୨ ମାସ ୧୪ ଦିନ ପରେ ମୃତା ଛାତ୍ରୀଙ୍କ ପରିବାରକୁ ନ୍ୟାୟ ମିଳିଛି।

By amfnews

Related Post