Sun. Nov 3rd, 2024

ମଡ଼େଲଙ୍କ ସହ ଦୁଷ୍କର୍ମ କରି ସ୍ୱାମୀଙ୍କୁ ଅଶ୍ଲୀଳ ଫଟୋ ପଠାଇଥିବାରୁ କାଷ୍ଟିଙ୍ଗ ଡିରେକ୍ଟରଙ୍କୁ ମିଳିଲା ଆଜୀବନ କାରାଦଣ୍ଡ

By amfnews Jan 3, 2019 #Featured
210 Views

ସୂଚନା ମୁତାବକ, କାଷ୍ଟିଙ୍ଗ ଡ଼ିରେକ୍ଟର ରବିନ୍ଦ୍ରନାଥ ଘୋଷ ୨୦୧୧ରେ ପୀଡ଼ିତାଙ୍କୁ ଦେଖା ହୋଇ ତାଙ୍କୁ ଅଭିନୟ କରିବାର ସୁଯୋଗ ଦେବେ ବୋଲି କହିଥିଲେ । ପୀଡ଼ିତା ହଁ କରିବା ପରେ ରବିନ୍ଦ୍ର ତାଙ୍କୁ ଟେଲି ଧାରାବାହିକରେ ସୁଯୋଗ ଦେବେ ବୋଲି କହିଥିଲେ । କିନ୍ତୁ ଏଥି ପାଇଁ ତାଙ୍କୁ ଶାରୀରିକ ସଂପର୍କ ରଖିବାକୁ ପଡ଼ିବ ବୋଲି ରବିନ୍ଦ୍ର କହିବା ପରେ ପୀଡ଼ିତା ରାଗରେ ସେଠାରୁ ଚାଲି ଆସିଥିଲେ । ଦୁଇ ସପ୍ତାହ ପର୍ଯ୍ୟନ୍ତ କଥା ହେବା ବନ୍ଦ କରିବା ସହ ଦୁଇ ସପ୍ତାହ ପରେ ପୀଡ଼ିତା ଫୋନ ଉଠାଇବାରୁ ମୁଁ ତୁମକୁ କ୍ଷମା ମାଗିବାକୁ ଚାହୁଁଛି ବୋଲି କହି ତାଙ୍କୁ ଦେଖା କରିବାକୁ ଡ଼କାଇଥିଲେ ରବିନ୍ଦ୍ର । ପୀଡ଼ିତା ଫେବ୍ରୁଆରି ୨୦୧୨ରେ ଏକ ହୋଟେଲରେ ରବିନ୍ଦ୍ରଙ୍କୁ ଦେଖା କରିଥିବା ବେଳେ ରବିନ୍ଦ୍ର ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିବା ସହ ତାଙ୍କର ଅଶ୍ଲୀଳ ଫଟୋ ଉଠାଇଥିଲେ । ଏହି ଫଟୋ ସ୍ୱାମୀଙ୍କୁ ପଠାଇବାର ଧମକ ଦେଇ ରବିନ୍ଦ୍ର ମାର୍ଚ୍ଚ ୨୦୧୨ ପର୍ଯ୍ୟନ୍ତ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ । ପରେ ପୀଡ଼ିତା ମୁମ୍ବାଇ ଛାଡ଼ି ସ୍ୱାମୀଙ୍କ ପାଖକୁ ଦିଲ୍ଲୀ ଚାଲି ଯାଇଥିବା ବେଳେ ଡ଼ିସେମ୍ବର ୨୦୧୨ରେ ପୁଣି ମୁମ୍ବାଇ ଫେରିଥିଲେ

ପୁଣି ଫେରିଥିବା ଜାଣି ସବୁ ସଂପର୍କ ଭାଙ୍ଗିବା ସହ ଫଟୋ ହଟାଇବା ପାଇଁ ପୀଡ଼ିତାଙ୍କୁ ଏକ ଲକ୍ଷ ଟଙ୍କା ମାଗିଥିଲେ ରବିନ୍ଦ୍ର । ବାରମ୍ବାର ରବିନ୍ଦ୍ର ଏପରି କରୁଥିବାରୁ ପୀଡ଼ିତା ପୁଲିସରେ ଅଭିଯୋଗ କରି ରବିନ୍ଦ୍ରଙ୍କୁ ଗିରଫ କରାଇଥିଲେ । କିନ୍ତୁ ଗିରଫ ହେବା ପରେ ମଧ୍ୟ ସେ ଚିଠି ଲେଖି ପୀଡ଼ିତାଙ୍କୁ ଧମକ ଦେବା ସହ ତାଙ୍କ ସ୍ୱାମୀ ଏବଂ ଅଫିସ୍‌ର ମୁଖ୍ୟଙ୍କୁ ପୀଡ଼ିତାଙ୍କ ଅଶ୍ଲୀଳ ଫଟୋ ପଠାଇ ଦେଇଥିଲେ । ଯାହା ପରେ ପୀଡ଼ିତାଙ୍କ ସ୍ୱାମୀ ତାଙ୍କୁ ଏବଂ ନବଜାତକୁ ଘରୁ ବାହାର କରି ଦେଇଥିଲେ । ଜେଲ୍‌ ଭିତରେ ରହି ଏଭଳି ଅପରାଧ କରିଥିବାରୁ ମୁମ୍ବାଇର ସେସେନ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡ ମିଳିଥିବା ସୂଚନା ମିଳିଛି ।

By amfnews

Related Post