Sat. Mar 7th, 2026

ମ୍ୟାଚ୍‌ ବେଳେ ଅଭିନବ ଢଙ୍ଗରେ ବେଟିଂ କାରବାର

188 Views

ଜଳେଶ୍ୱର  : ଗତକାଲି ଭାରତ-ଅଷ୍ଟ୍ରେଲିଆ ନିର୍ଣ୍ଣାୟକ ମ୍ୟାଚ୍ ଚାଲିଥିବା ବେଳେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଅଭିନବ ଢଙ୍ଗରେ ଚାଲିଥିଲା ବେଟିଂ କାରବାର । ଅର୍ଥାତ୍‌ ଫୋନ୍‌ ପେ’ ଜରିଆରେ ଏହି କାରବାର ଚାଲିଥିବା ବିଶେଷ ସୂତ୍ରରୁ ଜାଣିବାକୁ ପାଇଥିଲା ପୁଲିସ୍‌।

ଖବର ପାଇ ଜଳେଶ୍ୱର ପୁଲିସ୍‌ ଗ୍ୟାରେଜ ବଜାରରେ ଚଢ଼ଉ କରି ବେଟିଂ କାରବାର ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ରାସପୁର ଅଞ୍ଚଳର ଶେଖ୍ ଅମିରୁଦ୍ଦିନ। ତା’ଙ୍କ ନିକଟରୁ ୧ ଲକ୍ଷ ୩୦ ହଜାର ଟଙ୍କା ଓ ମୋବାଇଲ୍‌ ଜବତ କରିଛି ପୁଲିସ୍‌।

ବେଟିଂ ବେଳେ ଅମିରୁଦ୍ଦିନଙ୍କ ଫୋନ୍‌ ପେ’ ଆକାଉଣ୍ଟକୁ ସବୁ ଟଙ୍କା ଆସୁଥିଲା। ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ୍‌ ଉଦ୍ୟମ ଚଳାଇଛି।

By amfnews

Related Post