Mon. Apr 21st, 2025

ମୋବାଇଲ୍‌ ଛଡ଼ାଇ ଛାତ୍ରୀଙ୍କୁ ଟଣାଓଟରା, ଭିଡିଓ ଭାଇରାଲ୍‌

By amfnews Jul 20, 2019 #Featured
120 Views

ଝାରସୁଗୁଡ଼ା  : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳରେ ଦୁଇ ଜଣ କଲେଜ ଛାତ୍ରୀଙ୍କୁ କିଛି ଯୁବକ ଟଣାଓଟରା କରୁଥିବାର ଏକ ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍ ହେଉଛି। କଲେଜ୍‌ ୟୁନିଫର୍ମରେ ଥିବା ଛାତ୍ରୀଦ୍ୱୟ ଜଣେ ଯୁବକଙ୍କ ସହ ଏକ ଜଙ୍ଗଲିଆ ଅଞ୍ଚଳକୁ ଯାଇଥିଲେ। ସେଠାରେ ସେମାନଙ୍କୁ କିଛି ଦୁର୍ବୃତ୍ତ ସେମାନଙ୍କୁ ଘେରି ଯାଇଥିଲେ। ଏଥିସହ ଦୁର୍ବୃତ୍ତମାନେ ଜଣେ ଛାତ୍ରୀଙ୍କ ମୋବାଇଲ୍‌ ଛଡ଼ାଇ ନେଇ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ୫ ହଜାର ଟଙ୍କା ଦାବି କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଏମିତିକି ସେମାନଙ୍କ ଛାଡ଼ିଦେବାକୁ ଛାତ୍ରୀଦ୍ୱୟ ନେହୁରା ହୋଇଥିଲେ ମଧ୍ୟ ଦୁର୍ବୃତ୍ତମାନେ ମୋବାଇଲ୍‌ ନ ଫେରାଇ ସେମାନଙ୍କୁ ଟଣାଓଟରା କରୁଥିବା ଦେଖିବାକୁ ମିଳିଛି।

ଏହି ଭିଡିଓ ଭାଇରାଲ୍‌ ହେବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଥିସହ ଉକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ଅନ୍ୟପକ୍ଷରେ ଛାତ୍ରୀ ଦ୍ୱୟ ଝାରସୁଗୁଡା ଜିଲ୍ଲାର ବୋଲି ଜଣାପଡ଼ିଛି। ତା’ ସହିତ ଭିଡିଓଟି ବର୍ଷେ ତଳର ବୋଲି ବି କୁହାଯାଉଛି। ହେଲେ ଏବେ ଏହି ଭିଡିଓ ମୋବାଇଲ୍‌ରୁ ମୋବାଇଲ୍‌ ଡେଉଁଛି। ଝାରସୁଗୁଡ଼ା ଏସ୍‌ପି ଅଶ୍ୱିନୀ କୁମାର ମହାନ୍ତି କହିଛନ୍ତି, ଉକ୍ତ ଛାତ୍ରୀ ଦ୍ୱୟ ପୁଲିସ୍ ନିକଟରେ ଅଭିଯୋଗ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।

By amfnews

Related Post