Sun. Mar 8th, 2026

ମୋବାଇଲ୍ ଚୋରି କରୁଥିଲେ, ଧରାପଡ଼ି ଛେଚା ଖାଇଲେ

286 Views

ସୋର : ମୋବାଇଲ୍ ଚୋରି କରୁଥିବା ବେଳେ ଦୁଇ ଜଣ ବ୍ୟକ୍ତି ଧରାପଡ଼ି ନିସ୍ତୁକ ମାଡ଼ ଖାଇଛନ୍ତି। ଏ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍‌ ବାରିକପୁର ହାଟରେ।

ଆଜି ଏଠାରେ ସପ୍ତାହିକ ହାଟ ଚାଲିଥିବା ବେଳେ ଦୁଇ ଜଣ ମୋବାଇଲ୍‌ ଚୋର ଜଣେ ବ୍ୟକ୍ତିଙ୍କ ପକେଟ୍‌ରୁ ମୋବାଇଲ୍‌ ନେଇ ଯିବାକୁ ଉଦ୍ୟମ କରୁଥିବା ବେଳେ ଧରା ପଡ଼ିଯାଇଥିଲେ। ଲୋକେ ଉଭୟଙ୍କୁ କାବୁ କରି ବହୁତ ମାଡ଼ ଦେଇଥିଲେ।

ଖବର ପାଇ ସୋର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି  ଦୁଇ ଜଣଙ୍କୁ ଉଦ୍ଧାର କରିଥିଲା। ଏହି ଦୁଇ ଚୋରଙ୍କ ମଧ୍ୟରେ ଜଣେ ନାବାଳକ ଥିବା ମଧ୍ୟ ଜଣାପଡ଼ିଛି। ଉଭୟଙ୍କ ଘର ଝାରଖଣ୍ଡରେ ବୋଲି ଜଣାପଡ଼ିଛି।

By amfnews

Related Post