Sat. Mar 7th, 2026

ମୋବାଇଲ ପ୍ରେମରୁ ଗଣଦୁଷ୍କର୍ମର ଶିକାର ହେଲେ ଯୁବତୀ

167 Views

ବୈଶିଙ୍ଗା : ମୋବାଇଲ ପ୍ରେମରୁ ଦୁଷ୍କର୍ମର ଶିକାର ହେଲେ ଜଣେ ଆଦିବାସୀ ଯୁବତୀ। ଖାଲି ଦୁଷ୍କର୍ମ ନୁହେଁ ତାହା ପୁଣି ଗଣଦୁଷ୍କର୍ମ। ପ୍ରେମିକ ଏବଂ ତାର ଦୁଇ ସାଙ୍ଗ ଏଭଳି କାଣ୍ଡ ଘଟାଇଥିବାର ଅଭିଯୋଗ ହୋଇଛି। ଏହି ମାମଲାରେ ପୁଲିସ ତିନି ଅଭିଯୁକ୍ତଙ୍କୁ ବି ଥାନାରେ ଅଟକ ରଖିଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବୈଶିଙ୍ଗା  ଥାନା ଅଧୀନସ୍ଥ ଭୀମପୁର ଗାଁର ଜଣେ ଆଦିବାସୀ ଯୁବତୀ (୨୦)ଙ୍କର ମୋବାଇଲରେ ବେତନଟୀ ଅଞ୍ଚଳର ଦୁର୍ଗା ସୋରେନ୍ ନାମକ ଜଣେ ଯୁବକ ସହ ପ୍ରେମ ହୋଇଯାଏ। ଗତକାଲି ଅପରାହ୍ନରେ ଉକ୍ତ ଯୁବତୀକୁ ଦୁର୍ଗା ସୋରେନ୍ ଏକ ନିଛାଟିଆ ଜାଗାକୁ ଡାକିଥିଲା। ସେଠାରେ ପହଞ୍ଚିବାମାତ୍ରେ ଦୁର୍ଗା ଉକ୍ତ ଯୁବତୀ ସହ ଜୋରଜବରଦସ୍ତି ଦୁଷ୍କର୍ମ କରିଥିଲା। ତାପରେ ତାର ଅନ୍ୟ ଦୁଇ ସାଙ୍ଗଙ୍କୁ ଡାକି ସମାନ କାମରେ ନିୟୋଜିତ କରିଥିଲା।

ଦୁଇ ସାଙ୍ଗଙ୍କ ନାମରେ ବୈଶିଙ୍ଗା  ଥାନାରେ ଏତଲା ଦେଇଥିଲା। ଏହାପରେ ତିନି ଅଭିଯୁକ୍ତଙ୍କୁ ପୁଲିସ ଥାନାରେ ଅଟକ ରଖିଥିବା ଜଣାଯାଇଛି।

By amfnews

Related Post