Wed. Dec 25th, 2024

ମୋଦୀଙ୍କ ଲୋକଙ୍କୁ ଅପିଲ- ବିଜେପିକୁ ଦିଅନ୍ତୁ ଚାନ୍ଦା, ଆଜି ଜାରି ହେବ ଆପ – ମୁଁ ନୁହେଁ ଆମେ

By amfnews Oct 24, 2018 #Featured
168 Views

ନୂଆଦିଲ୍ଲୀ, ଅକ୍ଟୋବର ୨୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ନିଜର ଆପ ମାଧ୍ୟମରେ ଭାରତୀୟ ଜନତା ପାର୍ଟିକୁ ୧୦୦୦ ଟଙ୍କା ଦାନ କରିଛନ୍ତି ଏବଂ ଲୋକଙ୍କୁ ପାର୍ଟି ପାଇଁ ଚାନ୍ଦା ଦେବାକୁ ଅପିଲ କରିଛନ୍ତି । ସେ କହିଛନ୍ତି ଏହାଦ୍ୱାରା ପାରଦର୍ଶିତାର ବାର୍ତ୍ତା ଯିବ । ଫଳରେ ‘ରାଷ୍ଟ୍ର ସେବା’ ପାଇଁ ପାର୍ଟି ଆହୁରି ଶକ୍ତିଶାଳୀ ହେବ । ମୋଦୀ ଟୁଇଟ କରି କହିଛନ୍ତି, ନରେନ୍ଦ୍ର ମୋଦୀ ଆପ ମାଧ୍ୟମରେ ମୁଁ ବିଜେପିଙ୍କୁ ଦାନ କରିଛି । ମୁଁ ଆପଣ ସମସ୍ତଙ୍କୁ ଏହି ଆପ ମାଧ୍ୟମରେ ପାର୍ଟିକୁ ଚାନ୍ଦା ଦେବାକୁ ଏବଂ ସାର୍ବଜନୀକ ଜୀବନରେ ପାରଦର୍ଶିତା ବାର୍ତ୍ତା ପ୍ରଚାର କରିବାକୁ ନିବେଦନ କରୁଛି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ଆପ, ନରେନ୍ଦ୍ର ମୋଦୀ ମୋବାଇଲ ଆପ’ ମାଧ୍ୟମରେ ୫ ହଜାର ଟଙ୍କାରୁ ଆରମ୍ଭ କରି ୧୦୦୦ ଟଙ୍କା ପର୍ଯ୍ୟନ୍ତ ଚାନ୍ଦା ଦେଇପାରିବେ । ଆପଣଙ୍କ ସହଯୋଗ ଏବଂ ଅବଦାନରେ ଆମର କର୍ମକର୍ତ୍ତାମାନେ ରାଷ୍ଟ୍ରସେବା କରିବାକୁ ଅଧିକ ପ୍ରେରଣା ପାଇବେ । ମୋଦୀ ଚାନ୍ଦା ଲାଗି ନିଜର ୱେବସାଇଟରେ ଏକ ଲିଙ୍କ ମଧ୍ୟ ପୋଷ୍ଟ କରିଛନ୍ତି । ପାର୍ଟି ଅଧ୍ୟକ୍ଷ ଅମିତ ଶାହ ଏବଂ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜ ସମେତ ବିଭିନ୍ନ ପାର୍ଟି ନେତା ପାରଦର୍ଶିତା ଏବଂ ସାର୍ବଜନିକ ଜୀବନରେ ଶୁଚିତାକୁ ବଢ଼ାଇବା ପାଇଁ ଉଦ୍ୟମ କରିବାକ ଚାନ୍ଦା ଦେଇଛନ୍ତି ।

ନରେନ୍ଦ୍ର ମୋଦୀ ବୁଧବାର ‘ମୁଁ ନୁହେଁ ଆମେ’ ପୋର୍ଟାଲ ଓ ଆପ ଜାରି କରିବେ । ଏହି ଅବସରରେ ସେ ଆଇଟି ଏବଂ ଇଲେକ୍ଟ୍ରୋନିକ ବିଭାଗର ବ୍ୟବସାୟୀଙ୍କୁ ପ୍ରେରଣା ଯୋଗାଇବେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସୂତ୍ରରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୪ରେ ‘ମୁଁ ନୁହେଁ ଆମେ’ ଆପ ପୋର୍ଟାଲ ଜାରି କରିବେ । ‘ସେଲ୍ଫ ଫର ସୋସାଇଟି’ ଲକ୍ଷ୍ୟ ନେଇ ଏହି ପୋର୍ଟାଲ କାମ କରିବ ।

By amfnews

Related Post