Sat. Jan 25th, 2025

ମୋଦୀ ସରକାରଙ୍କ ନୂଆ ଉପହାର: ଅସ୍ଥାୟୀ ପେନସନ ଯୋଜନା

By amfnews Jul 28, 2020 #Featured
138 Views

ନୂଆଦିଲ୍ଲୀ, ଜୁଲାଇ ୨୮ : ସରକାରୀ କର୍ମଚାରୀଙ୍କ ସବୁଠାରୁ ବଡ଼ ଚିନ୍ତା ରିଟାୟରମେଣ୍ଟ ପରେ ପେନସନର ରହିଥାଏ । ପେନସନ ଆରମ୍ଭ କରିବା ପାଇଁ ଏହି କର୍ମଚାରୀମାନଙ୍କୁ ବହୁତ ଥର ସରକାରୀ ଅଫିସ ଯିବାକୁ ପଡ଼ିଥାଏ । ମୋଦି ସରକାର କରୋନା ଭାଇରସ ମହାମାରୀ ସମୟରେ ରିଟାୟର ହେଉଥିବା କର୍ମଚାରୀମାନଙ୍କ ପାଇଁ ଏକ ଭଲ ପଦକ୍ଷେପ ନେଇଛନ୍ତି । ଏବେ କେନ୍ଦ୍ରିୟ କର୍ମଚାରୀମାନଙ୍କୁ ରିଟାୟରମେଣ୍ଟ ପରେ ଅସ୍ଥାୟୀ ପେନସନ ମଳିବା ଆରମ୍ଭ ହୋଇଯିବ ।

କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ସୋମବାର କହିଛନ୍ତି ଯେ କୋଭିଡ-୧୯ ମହାମାରୀ ସମୟରେ ଅବସର ନେଉ ଥିବା କେନ୍ଦ୍ର ସରକାରର କର୍ମଚାରୀମାନଙ୍କୁ ନିୟମିତ ପେନସନ ଭୁଗତାନ ଆଦେଶ(ପିପିଓ) ଜାରି ହେବା ଓ ଅନ୍ୟ ବ୍ୟବସ୍ଥା ସଂପୂର୍ଣ୍ଣ ହେବା ଯାଏଁ ଅସ୍ଥାୟୀ ପେନସନ ରାଶି ମିଳିବ । ସେ କହିଛନ୍ତି ମହାମାରୀ ଓ ଲକଡାଉନକୁ ଦେଖି ଏହି ନିର୍ଣ୍ଣୟ ନିଆଯାଇଛି । ସରକାରୀ କର୍ମଚାରୀମାନଙ୍କୁ ମୁଖ୍ୟ କାର୍ଯ୍ୟାଳୟରେ ପେନସନ ଫର୍ମ ଜମା କରିବାକୁ ଅସୁବିଧା ହୋଇପାରେ ଅଥବା ହୋଇପାରେ ‘ ସର୍ଭିସ ବୁକ’ ସହିତ ଫର୍ମ ଭୌତିକ ରୂପରେ ସମ୍ବନ୍ଧିତ ବେତନ ଓ ଲେଖା (ଚବଚ୍ଚ ଌ ଇମମକ୍ଟଙ୍କଦ୍ଭଗ୍ଧ) କାର୍ଯ୍ୟାଳୟରେ ଜମା କରିବା ସ୍ଥିତିରେ ରହିନଥିବ । ବିଶେଷ ଭାବେ ଦୁଇ କାର୍ଯ୍ୟାଳୟ ଭିନ୍ନ ଭିନ୍ନ ସହରରେ ରହିଥଲେ, ଏହି ସମସ୍ୟା ଅଧିକ ବଢ଼ିଯାଇଥାଏ ।

By amfnews

Related Post