Tue. Jun 10th, 2025

ମୋଦୀ ଓ ଯୋଗୀଙ୍କ ଭଳି ଦିଶୁଥିବା ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ନାକଚ

By amfnews Apr 21, 2019 #Featured
266 Views

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭଳି ଦିଶୁଥିବା ଦୁଇ ଜଣ ପ୍ରାର୍ଥୀ ଲକ୍ଷ୍ନୌ ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। କିନ୍ତୁ ଏ ଦୁଇ ପ୍ରାର୍ଥୀଙ୍କୁ ବଡ଼ ଝଟକା ଲାଗିଛି। ନରେନ୍ଦ୍ର ମୋଦୀଙ୍କ ଭଳି ଦିଶୁଥିବା ଅଭିନନ୍ଦନ ପାଠକ ନିଜର ପ୍ରାର୍ଥୀପତ୍ରରେ କେତେକ ଆବଶ୍ୟକୀୟ ତଥ୍ୟ ପ୍ରଦାନ ନ କରି ତାକୁ ଖାଲି ରଖି ଦେଇଥିଲେ। ଏହି କାରଣରୁ ଅଭିନନ୍ଦନଙ୍କ ପ୍ରାର୍ଥୀ ପତ୍ରକୁ ନାକଚ କରି ଦେଇଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ।

ଠିକ୍‌ ସେହିପରି ଯୋଗୀ ଆଦିତ୍ୟନାଥଙ୍କ ଭଳି ବେଶଭୂଷା ପିନ୍ଧି ଚର୍ଚ୍ଚାକୁ ଆସିଥିବା ମୌଳିକ ଅଧିକାର ପାର୍ଟିର ପ୍ରାର୍ଥୀ ସୁରେଶ ଠାକୁରଙ୍କ ପ୍ରାର୍ଥୀପତ୍ର ମଧ୍ୟ ନାକଚ ହୋଇଯାଇଛି, କାରଣ ତାଙ୍କୁ ସରକାରୀରୁ ନିଲମ୍ବିତ କରାଯାଇଥିଲା। ସେ ପାଞ୍ଚ ବର୍ଷ ଯାଏଁ କୌଣସି ନିର୍ବାଚନ ଲଢିପାରିବେ ନାହିଁ। ଜିଲ୍ଲା ନିର୍ବାଚନ ଅଧିକାରୀ କୌଶଳ ରାଜ ଶର୍ମା କହିଛନ୍ତି ଯେ ପ୍ରଗତିଶୀଳ ସମାଜବାଦୀ ପାର୍ଟିର ପ୍ରାର୍ଥୀ ରାକେଶ କୁମାର ଠକୁରାଲଙ୍କ ପ୍ରାର୍ଥୀପତ୍ର ମଧ୍ୟ ନାକଚ ହୋଇଛି। କାରଣ ନିୟମ ଅନୁଯାୟୀ ସେ ଶପଥ ପତ୍ର ଦାଖଲ କରି ନ ଥିଲେ।

By amfnews

Related Post