ରାଉରକେଲା, ୨୭ ।୧୦ : ଗୋଟିଏ ପଟେ ଦୀର୍ଘ ୧୮ ବର୍ଷ ଧରି ଓଡ଼ିଶାରେ ଶାସନ କରି ବ୍ୟାପକ ଦୂର୍ନୀତି ଓ ଭ୍ରଷ୍ଟାଚାରରେ ଜଡିତ ହୋଇଥିବା ବିଜେଡି ଶାସନ ତଥା ଏହାର ମୁଖିଆ ନବୀନ ରାଜ୍ୟବାସୀଙ୍କୁ ସେବା ଯୋଗାଇ ଦେବାରେ ବିଫଳ ହୋଇଥିବା ବେଳେ ଅପରପଟେ ମାତ୍ର ସାଢେ ଚାରି ବର୍ଷର ଶାସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଚାଲିଥିବା କେନ୍ଦ୍ର ସରକାରଙ୍କ ଆଗାମୀ ଜନହିତ କର ଯୋଜନା ଏବଂ ଅନେକ ସଫଳତାକୁ ଆଗାମୀ ସଧାରଣ ନିର୍ବାଚନ ପୂର୍ବରୁ ସାଧାରଣ ଜନତାଙ୍କ ନିକଟରେ ପହଞ୍ôଚାଇବା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ବ୍ୟାପକ ଯୋଜନା ନିଆଯାଇଥିବା ଜଣାପଡିଛି ।
ଏହି ପରିପ୍ରେକ୍ଷୀରେ ଆଜି ବିଜେପି ପାନପୋଷ ଜିଲ୍ଲା ପକ୍ଷରୁ ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ରାଜ୍ୟ ସଂପାଦକ ଧିରେନ ସେନାପତି କହିଥିଲେ କି ଚଳିତ ମାସ ୨୭ ତାରିଖ ଠାରୁ ୩୦ ତାରିଖ ମଧ୍ୟରେ ପାନପୋଷ ସାଂଗଠନିକ ଜିଲ୍ଲା ଶାଖା ଅଧିନରେ ଥିବା ବିଶ୍ରା ବ୍ଳକ ଲାଠିକଟା ବ୍ଲକ, ନୂଆଁଗା ବ୍ଲକ, କୂଆଁରମୁଣ୍ଡା ବ୍ଲକ, ସମେତ ବୀରମିତ୍ରପୁର ପୌରପାଳିକା ଏବଂ ରାଉରକେଲା ମହାନଗର ନିଗମ ସମ୍ମୁଖରେ ଦଳ ପକ୍ଷରୁ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ନେଇ ଶିକ୍ଷାର ପ୍ରର୍ଦଶନ କରାଯିବ, ଆସନ୍ତା ନଭେମ୍ବର ୧ ରୁ ୧୦ ତାରିଖ ପର୍ଯ୍ୟନ୍ତ ଦଳର କିଛି ବରିଷ୍ଠ କର୍ମକର୍ତ୍ତାମାନଙ୍କୁ ନେଇ ଗଠିତ ଏକ ଦଳର ପ୍ରତ୍ୟେକ ସଦସ୍ୟମାନେ ଦଳୀୟ ଯୋଜନାନୁସାରେ ନିଜ ବାସ ସ୍ଥାନ ଛାଡି କୌଣସି ଏକ ବ୍ଲକକୁ ପ୍ରବାସରେ ଯାଇ ସେଠି ସ୍ଥାନୀୟ କର୍ମକର୍ତ୍ତାକୁ ନେଇ ଲୋକଙ୍କ ସହ ରହି ସେମାନଙ୍କର ସମସ୍ୟା ଓ ଆବଶ୍ୟକତାକୁ ଜାଣିବା ସହିତ ଲୋକଙ୍କ ହିତ ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା ସମ୍ବନ୍ଧରେ ସେମାନଙ୍କୁ ଅବଗତ କରାଇବା ସହିତ ରାଜ୍ୟ ସରକାରଙ୍କ ଦୂର୍ନୀତି ଓ ବିଫଳତାକୁ ମଧ୍ୟ ଜନସାଧାରଣଙ୍କୁ ଅବଗତ କରାଇବେ ।
ତୃତୀୟ ପର୍ଯ୍ୟାୟରେ ଅର୍ଥାତ୍ ଆସନ୍ତା ନଭେମ୍ବର ମାସ ୧୧ରୁ ଆସନ୍ତା ନଭେମ୍ବର ମାସ ୩୦ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଦଳ ପକ୍ଷରୁ ପ୍ରତ୍ୟେକ ମଣ୍ଡଳସ୍ତରରେ ଜନସଂପର୍କ ଯାତ୍ରା ମାଧ୍ୟରେ ଲୋକଙ୍କୁ ସଚେତନ କରାଯିବ । ଚଳିତ ମାସ ୩୧ ତାରିଖ ଦିନ ଦଳ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ଏକତ ପାଇଁ ଏକ ଗଣ ଦୌଡର ମଧ୍ୟ ଆୟୋଜନ କରାଯାଇଥିବା ଜଣାପଡିଛି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପିର ପାନାପୋଷ ଜିଲ୍ଲା ପ୍ରଭାରୀ ସୁକେଶ ଓରାମ, ତପନ ସ୍ୱାଇଁ, ଜଗବନ୍ଧୁ ବେହେରା, ଗଙ୍ଗାଧର ଦାସ, ଭଗବାନ ରାଉତ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ ।