Sun. Mar 8th, 2026

ମୋଦିଙ୍କ ଦ୍ୱିତୀୟ ସରକାରର ଆଜି ପ୍ରଥମ ମନ୍ତ୍ରିମଣ୍ଡଳ ବୈଠକ, ପ୍ରସ୍ତୁତ ହେବ ୧୦୦ ଦିନର ରୋଡ୍‌ମ୍ୟାପ୍

184 Views

ନୂଆଦିଲ୍ଲୀ : ଆଜି ନରେନ୍ଦ୍ର ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳଙ୍କ ବୈଠକ ବସିବ। ଏହି ବୈଠକରେ ନିର୍ବାଚନ ବେଳେ ଦଳ ଜାରି କରିଥିବା ଘୋଷଣାପତ୍ର କିଭଳି ପୂରଣ ହେବ ସେ ନେଇ ମନ୍ତ୍ରିମଣ୍ଡଳକୁ ଅବଗତ କରାଇବେ ପ୍ରଧାନମନ୍ତ୍ରୀ। ଏଥିସହ ୧୦୦ ଦିନର ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ କରିବା ପାଇଁ ମୋଦି କହିବେ। ବୈଠକରେ ରାଷ୍ଟ୍ରମନ୍ତ୍ରୀ ଓ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀଙ୍କ କାର୍ଯ୍ୟ ବାବଦରେ ମଧ୍ୟ ଆଲୋଚନା ହେବ। ଏହି ବୈଠକ ଅପରାହ୍ନ ୫ଟାରେ ବସିବା ଏହା ପୂର୍ବରୁ ଅପରାହ୍ନ ୪ଟାରେ କ୍ୟାବିନେଟ୍ ମିଟିଂ ବସିବ।
ଏହି କ୍ୟାବିନେଟ୍ ମିଟିଂରେ ବହୁଚର୍ଚ୍ଚିତ ତିନି ତଲାକ ବିଧେୟକ ବିଲ୍‌କୁ ମଞ୍ଜୁରୀ ମିଳିପାରେ ବୋଲି ସୂଚନା ରହିଛି। ଗତ ଲୋକସଭାରେ ଏହି ବିଲ୍ ଲୋକସଭାରେ ପାସ୍ ହୋଇଥିବା ବେଳେ ରାଜ୍ୟସଭାରେ ପାସ୍ ହୋଇ ପାରିନଥିଲା। ତେଣୁ ଅନ୍ତିମ ଲୋକସଭା ଭାଙ୍ଗିବା ସହ ଏହି ଚର୍ଚ୍ଚିତ ତିନି ତଲାକ ବିଲର ଅବଧି ମଧ୍ୟ ଶେଷ ହୋଇଛି। ତେଣୁ ପୁଣିଥରେ ଏହି ବିଲ୍ ଲୋକସଭାରେ ନୂଆ ରୂପରେ ଆଗତ ହେବ ବୋଲି ଜଣାପଡ଼ିଛି।

By amfnews

Related Post