308 Views
କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ବୁଧବାର କ୍ୟାବିନେଟ୍ର ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି । ଗତ କିଛି ବର୍ଷ ହେଲାଣି ଅନେକ ପାଇରେଟେଡ଼୍ େଓ୍ଵବ୍ସାଇଟ୍ଗୁଡ଼ିକ ନୂଆ ନୂଆ ଫିଲ୍ମ ବେଆଇନ୍ ଭାବରେ ନିଜ େଓ୍ଵବ୍ସାଇଟ୍ରେ ଛାଡ଼ି ଆସୁଥିଲେ । ଯାହାର ପ୍ରଭାବ ଫିଲ୍ମର ବକ୍ସ ଅଫିସ କଲେକ୍ସନ୍ ଉପରେ ପଡ଼ୁଥିଲା । ଏ ସବୁକୁ ରୋକିବା ପାଇଁ ସିନେମାଟୋଗ୍ରାଫି ଅଧିନିୟମ ୧୯୫୨ରେ ପରିବର୍ତ୍ତନ ଅଣାଯାଇଛି । ଏବେ ସିନେମାଟୋଗ୍ରାଫି ଅଧିନିୟମ ୧୯୫୨ ୬ଏଏରେ ନୂଆ ଧାରା ଯୋଡ଼ାଯିବ । ଯାହା ପରେ କୌଣସି ଫିଲ୍ମକୁ ଫିଲ୍ମର ନିର୍ଦ୍ଦେଶକ-ପ୍ରଯୋଜକଙ୍କ ଅନୁମତି ବିନା ରେକର୍ଡ କରିବା ଅପରାଧ ହେବ । ସରକାରଙ୍କ ଏଭଳି ପଦକ୍ଷେପ ପରେ ପୂରା ଫିଲ୍ମ ଇଣ୍ଡଷ୍ଟ୍ରି ଏହାକୁ ପ୍ରଶଂସା କରିବାକୁ ଲାଗିଛି ।