Sat. Mar 7th, 2026

ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ମମତା

231 Views

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତା ଗୁରୁବାର ଦିନ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ। ମମତାଙ୍କୁ ଶପଥ ଗ୍ରହଣ ଉତ୍ସବ ପାଇଁ ଆମନ୍ତ୍ରଣ କରାଯିବା ପରେ ସେ ଏହାକୁ ଗ୍ରହଣ କରିଛନ୍ତି। ମମତା ଆଜି ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ଏହା ଏକ ସାମ୍ବିଧାନିକ ଉତ୍ସବ କାର୍ଯ୍ୟକ୍ରମ ହୋଇଥିବାରୁ ସେ ଏଥିରେ ‌ଯୋଗ ଦେବାପାଇଁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟ ଜଣେ ମୁଖ୍ୟମନ୍ତ୍ରୀଙ୍କ ସହ ସେ ଏନେଇ କଥା ହୋଇଥିବା କହିଛନ୍ତି। ଉଲ୍ଲେଖଯୋଗ୍ୟ ଆସନ୍ତା ଗୁରୁବାର ସନ୍ଧ୍ୟା ୭ଟାରେ ମୋଦୀ ଦ୍ବିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

By amfnews

Related Post