Mon. Jan 13th, 2025

ମୋଦୀ ସରକାରଙ୍କ ଉପରେ ବର୍ଷିଲେ ମମତା, କହିଲେ ବିଜେପିର ‘ଏକ୍ସପାଏରୀ ଡେଟ୍ ସମାପ୍ତ’

By amfnews Jan 20, 2019 #Featured
421 Views

କୋଲକାତା, ଜାନୁଆରୀ୧୯ : କୋଲକାତାରେ ବିରୋଧୀଙ୍କ ରାଲିରେ ବିଜେପି ଓ ପିଏମ ମୋଦୀଙ୍କ ବିରୋଧରେ ହମଲା କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ମୋଦୀ ସରକାରଙ୍କ ଏକ୍ସପାଏରୀ ଡେଟ୍ ଶେଷ ହୋଇଯାଇଛି। ସେ କହିଛନ୍ତି ଯେ, ସବୁ ବିରୋଧୀ ଦଳ ଏକଜୁଟ୍ ହୋଇ କାମ କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି ଏବଂ ପ୍ରଧାନମନ୍ତ୍ରୀ କିଏ ହେବ ଏହା ଉପରେ ନିଷ୍ପତ୍ତି ଆମେ ଲୋକସଭା ନିର୍ବାଚନ ପରେ ନେବୁ।  ବିରୋଧୀ ନେତାଙ୍କ ଉପରେ ସିବିଆଇ ଓ ଇଡିର ଚାଲିଥିବା କାର୍ଯ୍ୟାନୁଷ୍ଠାନ  ମାମଲା ଉପରେ କହିଛନ୍ତି ଯେ ଯଦି ମୋଦୀ କାହାରିକୁ ଛାଡୁ ନାହାନ୍ତି ତେବେ ଆମେ କଣ ପାଇଁ ଆପଣଙ୍କୁ ଛାଡ଼ିବୁ ?

ଆପଣଙ୍କ ସହ ଆସିଲେ ଠିକ୍ ନହେଲେ ସବୁ ଚୋର

କୋଲକାତାରେ ବିରୋଧୀଙ୍କ ମହାସମ୍ମିଳନୀରେ ମମତା ବହୁତ ଉତ୍ସାହିତ ନଜର ଆସିଥିଲେ। ସେ ତାତ୍ସଲ୍ୟଭରା ସ୍ଵରରେ ବିଜେପି ଓ ନରେନ୍ଦ୍ର ମୋଦୀଙ୍କ ଉପରେ ଖୁବ୍ ବର୍ଷିଥିଲେ।  ମୋଦୀଙ୍କ ଉପରେ ହମଲା କରି ସେ କହିଛନ୍ତି ଯେ, କାହା ଉପରେ ବ୍ୟକ୍ତିଗତ ଟିପ୍ପଣୀ କରିବା ଆମର ସଂସ୍କୃତି ନୁହେଁ, ମାତ୍ର ଆପଣ ତ କାହାରିକୁ ଛାଡ଼ି ନାହାନ୍ତି। ତେଣୁ ସବୁ ଦଳ ଆପଣଙ୍କୁ କଣ ପାଇଁ ଛାଡ଼ିବେ ? ସେ କହିଛନ୍ତି ଯେ, ଯେବେ ଲୋକ ଆପଣଙ୍କ ସହିତ ଆସିବେ ତେବେ ଠିକ୍, ଯଦି ନ ଆସିବେ ସବୁ ଚୋର।

ମମତା କଲେ ଟାର୍ଗେଟ୍

ସେ କହିଛନ୍ତି ଯେ,  ଆପଣ ସମ୍ବିଧାନ ବଦଳାଇ ଦେଉଛନ୍ତି, ଇତିହାସ ବଦଳାଇ ଦେଉଛନ୍ତି, ଭୂଗୋଳ ବଦଳାଇ ଦେଉଛନ୍ତି। ଯେବେ ଆପଣ ସବୁ ବଦଳାଇ ଦେଉଛନ୍ତି ତେବେ କଣ ପାଇଁ ନିଜେ ବଦଳୁ ନାହାନ୍ତି। କିନ୍ତୁ ଏବେ ଆମେ ମୋଦୀ ସରକାର ବଦଳାଇ ଦେବୁ। ମୋଦୀ ସରକାରଙ୍କୁ ଟାର୍ଗେଟ୍ କରି ମମତା କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ସେ  ଦୁଇ କୋଟି ଲୋକଙ୍କୁ ରୋଜଗାର ଦେବା କଥା କହିଥିଲେ ମାତ୍ର ଏମାନଙ୍କ କାର୍ଯ୍ୟକାଳରେ କୋଟି କୋଟି ଲୋକ ବେରୋଜଗାର ହୋଇଗଲେ।

By amfnews

Related Post