ଭୁବନେଶ୍ବର : ଦିନକ ପରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀଙ୍କ ଗସ୍ତର କାର୍ଯ୍ୟସୂଚୀ ଆପାତତଃ ଚୂଡ଼ାନ୍ତ ହୋଇଛି। ପାଖାପାଖି ୩ ଘଣ୍ଟା ମୋଦୀ ଓଡ଼ିଶାରେ ରହିବେ।
ଗସ୍ତସୂଚୀ ଅନୁଯାୟୀ ୨୪ ତାରିଖ ଅପରାହ୍ନ ୧ଟା ୫ରେ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋେଗ ପ୍ରଧାନମନ୍ତ୍ରୀ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସେ ହେଲିକପ୍ଟର୍ ଯୋଗେ ଜଟଣୀସ୍ଥିତ ଆଆଇଟି ଅଭିମୁଖେ ଯିବେ। ୧ଟା ୪୦ରେ ଆଇଆଇଟି କ୍ୟାମ୍ପସ୍ରେ ହେବାକୁ ଥିବା ସରକାରୀ ସଭାରେ ଆଇଆଇଟିର ପୂର୍ଣ୍ଣାଙ୍ଗ କ୍ୟାମ୍ପସ୍କୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ। ସେଠାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ଓଡ଼ିଶାରେ ପ୍ରାୟ ୧୪ ହଜାର ୫୨୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ କାର୍ଯ୍ୟାରମ୍ଭ କରିବେ। ଆଇଆଇଟିରେ ୪୦ ମିନିଟ୍ ରହି ମୋଦୀ ବରୁଣେଇ ନିକଟରେ ମୁକୁନ୍ଦପ୍ରସାଦ ଗୋଶାଳା ପଡ଼ିଆ ଅଭିମୁଖେ କାର୍ରେ ଯିବେ। ସେଠାରେ ଦଳୀୟ ସମାବେଶରେ ଉଦ୍ବୋଧନ ଦେବେ। ସେହି ସଭାରେ ପ୍ରଧାନମନ୍ତ୍ରୀ ୪୫ ମିନିଟ୍ ରହି ପୁଣି େହଲିକପ୍ଟର୍ରେ ଭୁବନେଶ୍ବର ବିମାବନ୍ଦରକୁ ଯିବେ। ୩ଟା ୫୫ରେ ସେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।