Wed. Mar 11th, 2026

‘ମୋ ବସ୍‌’ କଣ୍ଡକ୍ଟରଙ୍କୁ ମାଡ଼, ୪ ଅଟୋ ଚାଳକ ଗିରଫ

190 Views

ଖଣ୍ଡଗିରି : ମୋ ବସ୍ କଣ୍ଡକ୍ଟରଙ୍କୁ ମାଡ଼ ମାରିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ୪ଜଣ ଅଟୋ ଚାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ କଟକ କିଶୋରନଗରର ଶ୍ରୀକୁମାର ମିଶ୍ର, ଜଗତସିଂହପୁର ବିରିଡ଼ିର ବ୍ରହ୍ମାନନ୍ଦ ବେହେରା, ଢେଙ୍କାନାଳ ମୋଟୁଗାଁର ପ୍ରଫୁଲ୍ଲ କୁମାର ମହାନ୍ତି ଓ କଟକ ବୈଦେଶ୍ବରର ଶ୍ରୀଧର ଭଟ୍ଟ। ପୁଲିସ ସୂଚନାନୁସାରେ ଗୁରୁବାର ଅପରାହ୍‌ଣ ପ୍ରାୟ ୫ଟା ବେଳେ ବରମୁଣ୍ଡା ଓଭରବ୍ରିଜ୍ ନିକଟରେ କିଛି ଯାତ୍ରୀ ଅଟୋରୁ ଓହ୍ଲାଇ ମୋ ବସ୍‌ରେ ଉଠିଥିଲେ। ଅଟୋଷ୍ଟାଣ୍ଡରେ ବସ୍ ରଖିବାକୁ ବିରୋଧ କରି ଉପରୋକ୍ତ ୪ଜଣ ଅଟୋଚାଳକ କଣ୍ଡକ୍ଟର ପ୍ରଦୀପ୍ତ ମହାରଣାଙ୍କୁ ମାଡ଼ ମାରିଥିଲେ। ଆଉ କୌଣସି ଦିନ‌ ଅଟୋଷ୍ଟାଣ୍ଡରେ ବସ୍ ନ ଅଟକାଇବାକୁ ସେମାନେ ଧମକ ମଧ୍ୟ ଦେଇଥିଲେ।

By amfnews

Related Post