Sat. Mar 7th, 2026

ମେଲୋଡିରେ ଭଜନ ଗାଇଲେ କଟକ-ଚୌଦ୍ୱାର ବିଧାୟକ

366 Views

ଚୌଦ୍ୱାର  : ଅତିଥି ହୋଇ ଯାଇଥିଲେ କିନ୍ତୁ ଭଜନଟିଏ ଗାଇଲେ କଟକ-ଚୌଦ୍ୱାର ବିଧାୟକ ସୋଭିକ ବିଶ୍ୱାଳ | ଗତକାଲି ସନ୍ଧ୍ୟାରେ ସୋଭିକ ମହାନଦୀ ବିହାରରେ ଏକ ପୂଜା କମିଟିକୁ ଅତିଥି ଭାବେ ଯାଇଥିଲେ ଆଉ ପୂଜା କମିଟିର ଅନୁରୋଧ କ୍ରମେ ଏଠାରେ ଆୟୋଜିତ ଭଜନ ସମାରୋହରେ ‘ଚାଲ ବେଗି ବେଗି ଯିବା ସଙ୍ଗାତ, ରଥ ଟଣା ହେବ ଶେଷ’ ଭଜନ ଗାଇଥିଲେ |


ମିଳିଥିବା ସୂଚନା ମୁତାବକ ଜଗତପୁର ତରଲା ଗଣେଶ ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଚୌଦ୍ୱାର ବିଧାୟକ ସୋଭିକ ବିଶ୍ୱାଳ ଯୋଗ ଦେଇଥିଲେ | ତେବେ କମିଟି ପକ୍ଷରୁ ମେଲୋଡି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା | କମିଟି କର୍ତ୍ତୃପକ୍ଷଙ୍କ ଅନୁରୋଧ କ୍ରମେ ବେଶ ସୁଲଳିତ ଢଙ୍ଗରେ ସୋଭିକ ଭଜନଟିଏ ଗାଇଥିଲେ |

ମଂଚ ତଳେ ଥିବା ଦର୍ଶକ ମଧ୍ୟ ସୋଭିକଙ୍କ ଗାୟିକିକୁ ବେଶ ପସନ୍ଦ କରିଥିଲେ | ଏଠାରେ ସୂଚନା ଥାଉ କି ୨୦୧୯ ସାଧାରଣ ନିର୍ବାଚନରେ କଟକ-ଚୌଦ୍ୱାର ବିଧାନସଭା ଆସନରୁ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପୁଅ ସୋଭିକ ବିଶ୍ୱାଳ ନିର୍ବାଚନ ଲଢ଼ି ଜିତାପଟ ମଧ୍ୟ ହାସଲ କରିଥିଲେ |

By amfnews

Related Post