Mon. Dec 23rd, 2024

ମେଲବୋର୍ଣ୍ଣରେ ଭାରତର ଐତିହାସିକ ବିଜୟ

By amfnews Dec 29, 2020 #Featured
241 Views

ମେଲବୋର୍ଣ୍ଣ, ଡିସେମ୍ବର ୨୯ : ଭାରତୀୟ କ୍ରିଟେଟ ଟିମ ମେଲବୋର୍ଣ୍ଣରେ ଐତିହାସିକ ବିଜୟ ହାସଲ କରିଛି । ଟିମ ଇଣ୍ଡିଆ କଙ୍ଗାରୁ ଦଳକୁ ୮ ୱିକେଟରେ ପରାସ୍ତ କରିଛି । ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ୨ୟ ତଥା ବକ୍ସିଂ ଡେ ଟେଷ୍ଟ କ୍ରିକେଟ ମ୍ୟାଚରେ କଙ୍ଗାରୁ ଟିମ ପ୍ରଥମ ପାଳିରେ ୧୯୫ ରନ ଓ ୨ୟ ପାଳିରେ ୨୦୦ ରନ କରିଥିଲା । ଭାରତ ପ୍ରଥମ ଇନିଂସରେ ୩୨୬ ରନ ଓ ୨ୟ ଇନିଂସରେ ୨ଟି ୱିକେଟ ହରାଇ ୭୦ରନ୍ କରିବା ସହ ୨ୟ ଟେଷ୍ଟରେ ଦମଦାର ବିଜୟ ହାସଲ କରିଛି । ଏଥି ସହିତ ଚଳିତ ଟେଷ୍ଟ ଶୃଙ୍ଖଳା ୧-୧ରେ ପହଂଚିଛି । ପୂର୍ବରୁ ଅଷ୍ଟ୍ରେଲିଆ ଆଡିଲେଡରେ ୮ୱିକେଟରେ ବିଜୟୀ ହୋଇଥିଲା । ପରବର୍ତ୍ତୀ ମ୍ୟାଚ ସିଡନୀରେ ଜାନୁଆରୀ ୬ ତାରିଖ ଓ ବ୍ରିସବେନରେ ଜାନୁଆରୀ ୧୫ରେ ୪ର୍ଥ ତଥା ଅନ୍ତିମ ମୁକାବିଲା ହେବ ।

୨ୟ ପାଳିରେ ଭାରତର ଓପରନ ମୟଙ୍କ ଅଗ୍ରୱାଲ ୫ ରନ କରିଥିଲେ । ସେହିପରି ଶୁଭମନ ଗିଲ ଅପରାଜିତ ୩୫ ରନ କରିଥିଲେ । ଶୁଭମନ ୩୬ଟି ବଲ ଖେଳି ୭ଟି ଚୌକା ମାରିଥିଲେ । ଚେତେଶ୍ୱର ପୂଜାରାଙ୍କ ବ୍ୟାଟରୁ ୩ ରନ ମିଳିଥିବା ବେଳେ ଅଧିନାୟକ ଆଜିଙ୍କ୍ୟ ରାହାଣେ ୪୦ଟି ବଲ ଖେଳି ଦଳ ପାଇଁ ୨୭ ରନ ଯୋଡ଼ିଥିଲେ । 

Shubman Gill and Ajinkya Rahane survive early jitters to help India win by 8️⃣ wickets in Melbourne 🔥

The series is now level at 1-1.#AUSvIND SCORECARD ▶️ https://t.co/bcDsS3qmgl pic.twitter.com/1tHYMLrBa0— ICC (@ICC) December 29, 2020

ଅଷ୍ଟ୍ରେଲିଆ ୨ୟ ପାଳିରେ ସମସ୍ତ ୱିକେଟ ହରାଇ ୨୦୦ ରନ ସଂଗ୍ରହ କରିଥିଲା । ଓପନର ମାଥୁ୍ୟ ୱାଡେ ୪୦ ରନ, ଜୋ ବୁରନ୍ସ ୪ ରନ, ମାର୍ନୁସ ଲବସଚେଞ୍ଜ ୨୮ ରନ, ଷ୍ଟିଭେନ ସ୍ମିଥ ୮ ରନ, ତ୍ରାଭିସ ହେଲ ୧୭ ରନ, କେମରନ ଗ୍ରୀନ ୪୫ ରନ, ଟିମ ପାଇନ ୧ ରନ, ମିଚେଲ ଷ୍ଟାର୍କ୍ସ ୧୪ ରନ, ନାଥାନ ଲାୟନ ୩ ରନ ଓ ଜୋସ ହେଜେଲବୁଲ ୧୦ ରନ କରିଛନ୍ତି ।  

ଭାରତୀୟ ବୋଲର ମହମ୍ମଦ ସିରାଜ ଦମଦାର ବୋଲିଂ କରିଛନ୍ତି । ସେ କଙ୍ଗାରୁ ଦଳର ୩ ଜଣ ଖେଳାଳିଙ୍କୁ ପାଭଲିଅନ ପଠାଇଛନ୍ତି । ଯଶପ୍ରୀତ ବୁମରା, ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଦେଜାଙ୍କ ହାତରେ ୨ ଜଣ ବ୍ୟାଟ୍ସମ୍ୟାନ ଆଉଟ ହୋଇଥିବା ବେଳେ ଉମେଶ ଯାଦବ ଗୋଟିଏ ୱିକେଟ ନେଇଛନ୍ତି । 

By amfnews

Related Post