ନୂଆଦିଲ୍ଲୀ : ଏକଜିଟ୍ ପୋଲ ଫଳାଫଳ ପ୍ରକାଶ ପାଇବା ପରେ ବିଜେପି ଅଫିସରେ ଉତ୍ସବ ପାଳନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ କଂଗ୍ରେସ ମୁଖ୍ୟାଳୟ ଶୂନଶାନ ରହିଛି। ତେବେ ଏକଜିଟ ପୋଲ୍ ଆକଳନ ନେଇ ସମସ୍ତେ ଦ୍ବନ୍ଦ୍ବରେ ରହିଛନ୍ତି। ତେଣୁ ସହଯୋଗୀମାନଙ୍କୁ ନିଜ ସହିତ ରଖିବା ଲାଗି ବିଜେପି ଉଦ୍ୟମ ଆରମ୍ଭ କରିଥିବା ବେଳେ ବିରୋଧୀ ଦଳଗୁଡ଼ିକ ମଧ୍ୟ ଏକତା ପ୍ରଦର୍ଶନ କରିବା ପାଇଁ ଲାଗି ପଡ଼ିଛନ୍ତି।ବିଜେପି ସଭାପତି ଅମିତ ଶାହ ମଙ୍ଗଳବାର ଏନଡିଏ ନେତାମାନଙ୍କ ନୈଶଭୋଜି ବୈଠକ ଡାକିଛନ୍ତି।
ଉଲ୍ଲେଖଯୋଗ୍ୟ ୧୪ଟି ଏକଜିଟ୍ ପୋଲ୍ରୁ ୧୨ଟି ଏକ୍ଜିଟ୍ ପୋଲ୍ ଆକଳନରୁ ଜଣାପଡ଼ିଛି ଯେ ଏନ୍ଡିଏ ସଂଖ୍ୟାଗରିଷ୍ଠତା ହାସଲ କରିବ। ତେବେ କଂଗ୍ରେସ ମାତ୍ର ୮୨ରୁ ୧୬୫ ଆସନ ପାଇବାରେ ସକ୍ଷମ ହେବ ବୋଲି ଅଧିକାଂଶ ଏକ୍ଜିଟ୍ ପୋଲ୍ ଆକଳନରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ଉପା ଅପେକ୍ଷା ଅନ୍ୟ ଦଳ ଗୁଡ଼ିକ ଅଧିକ ଭୋଟ୍ ପାଇବେ ବୋଲି ୬ଟି ଏକ୍ଜିଟ୍ ପୋଲ୍ ଆକଳନରୁ ଜଣାପଡ଼ିଛି। କିନ୍ତୁ ବିରୋଧୀ ଦଳଗୁଡ଼ିକ ଏକଜିଟ୍ ପୋଲକୁ ପ୍ରତ୍ୟାଖ୍ୟାନ କରିଛନ୍ତି।