Sat. Mar 7th, 2026

ମେଘାଳୟ ଖଣିରେ ଅଟକି ଯାଇଥିବା ୧୫ ଶ୍ରମିକଙ୍କୁ ବାହାର କରିବାକୁ ଯାଇଛନ୍ତି ଓଡ଼ିଶା ଅଗ୍ନିଶମ ସେବା ଟିମ୍‌

222 Views

ଭୁବନେଶ୍ୱର, ଡିସେମ୍ବର ୨୮ : ଗତ ୧୫ ଦିନ ହେବ ମେଘାଳୟର ପୂର୍ବ ଜୈନ୍ତିଆ ପାହାଡ଼ ଜିଲ୍ଲା ଅନ୍ତର୍ଗତ କସନ ଗାଁରେ ଥିବା ବେଆଇନ କୋଇଲା ଖଣିରେ ଅଟକି ରହିଥିବା ୧୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସହାୟତା କରିବାକୁ ଉଚ୍ଚ-ଶକ୍ତି ସମ୍ପନ୍ନ ପମ୍ପ୍‌ ଆଦି ନେଇ ଓଡ଼ିଶା ଅଗ୍ନିଶମ ସେବାର ୨୧ ଜଣିଆ ଟିମ୍‌ ଶୁକ୍ରବାର ଦିନ ମେଘାଳୟରେ ପହଞ୍ଚିଛନ୍ତି।

ଦିନକୁ ଦିନ ଅଟକି ରହିଥିବା ଶ୍ରମିକମାନଙ୍କର ଉଦ୍ଧାର ଆଶା ମଉଳି ଯାଉଥିବା ବେଳେ ଦଳେ ଅଭିଜ୍ଞଙ୍କୁ ସେଠାକୁ ପଠାଇବାକୁ ଗୁରୁବାର ଦିନ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ଓଡ଼ିଶା ଅଗ୍ନିଶମ ସେବାକୁ ଅନୁରୋଧ କରିଛନ୍ତି।

ଗୁରୁବାର ସକାଳେ ମୁଖ୍ୟ ଆଗ୍ନିଶମ ଅଧିକାରୀ ସୁକାନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ଦଳେ କର୍ମଚାରୀ ୨୦ଟି ଉଚ୍ଚ କ୍ଷମତାସମ୍ପନ୍ନ ପମ୍ପ୍‌ ନେଇ ଭାରତୀୟ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ସିଲଙ୍ଗ୍‌ ଯାଇଛନ୍ତି।

ଅଗ୍ନିଶମ ସେବାର ଡିଜି ବିକେ ଶର୍ମା କହନ୍ତି: ପ୍ରତି ମିନିଟି ପ୍ରତି ପମ୍ପ୍‌ ୧୬୦୦୦ ଲିଟର୍‌ ଜଳ ନିଷ୍କାସନ କରି ପାରିବ ଏବଂ ଆମର ଆଶା ଖଣି ଶ୍ରମିକମାନେ ଉଦ୍ଧାର ପାଇଯିବେ। ଏଭଳି ଦୁର୍ବିପାକର ସମ୍ମୁଖୀନ ହୋଇ ପାରୁଥିବା ଅଳ୍ପ କେତେକ ରାଜ୍ୟ ମଧ୍ୟରୁ ଆମେ ଅନ୍ୟତମ। ଆମେ ବହୁତ ଆଗରୁ ଯାଇ ପାରି ଥାଆନ୍ତୁ, କିନ୍ତୁ ଗତକାଲି ଏମ୍‌ଏଚ୍‌ଏର ଅନୁରୋଧ ପତ୍ର ପହଞ୍ଚିଲା।

By amfnews

Related Post