Mon. Jun 9th, 2025

ମେଘନାଦ ପାଚେରୀ କଡ଼ରୁ ମଠ ଉଚ୍ଛେଦ ପରେ ଏବେ ଏହି ଫଟୋ ଭାଇରାଲ

By amfnews Sep 10, 2019 #Featured
332 Views

ଭୁବନେଶ୍ୱର  :   ପୁରୀ ଶ୍ରୀ ମନ୍ଦିରର ସୁରକ୍ଷା ପାଇଁ ସରକାର ମେଘନାଦ ପାଚେରୀ ଚାରିକଡ଼ୁ ବେଆଇନ୍‌ ଉଚ୍ଛେଦ କରିଦେଲେ। ବୁଲଡୋଜର ଲଗାଇ ଦୋକାନ ବଜାର ମଠ ମନ୍ଦିର ସବୁ ଭାଙ୍ଗି ଦିଆଗଲା। ଏହି ସବୁ ମଠ ମନ୍ଦିର ଭଙ୍ଗା ଯିବା ପରେ ଘେରାବନ୍ଦୀ ହୋଇପଡ଼ିଥିବା ମେଘନାଦ ପାଚେରୀ ଏକ ପ୍ରକାର ଅଣନିଃସ୍ୱାସୀରକୁ ମୁକ୍ତି ପାଇଲା ସତ ହେଲେ ଏବେ ଯେଉଁ ଚିତ୍ର ଆସିଛି ତାହା ଆହୁରି ବିଚିତ୍ର। ଯେଉଁ ଶ୍ରୀମନ୍ଦିରକୁ ଓଡ଼ିଆ ଜାତିର ଅସ୍ମିତା ବୋଲି କୁହାଯାଉଛି ସେହି ମନ୍ଦିରର ମେଘନାଦ ପାଚେରୀକୁ ଲାଗି ଲୋକେ ମୂତ୍ର ବିଷର୍ଜନ କରୁଛନ୍ତି।

ଯାହାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଦୈନିକ ପୁରୀକୁ ଶହ ଶହ ଭକ୍ତ ଆସୁଥିବା ବେଳେ ସେମାନଙ୍କ ପାଇଁ ମନ୍ଦିର ଆଖପାଖରେ ସେମିତି କୌଣସି ଶୌଚାଳୟର ବ୍ୟବସ୍ଥା ନାହିଁ। ତେଣୁ ରାସ୍ତା କଡ଼, ପାଚେରୀ କଡ଼, ଗଛ ମୂଳ ଓ ନିଛାଟିଆ ଜାଗାକୁ ଦେଖି ଲୋକେ ଆରାମରେ ଯେଉଁ କାମ କରନ୍ତି ଏବେ ଶ୍ରୀ ମନ୍ଦିରର ମେଘନାଦ ପାଚେରୀକୁ ସେମିତି ନିରାପଦ ସ୍ଥାନ ଭାବେ ମଣିନେଇଛନ୍ତି। ଲୋକଙ୍କର ଏଭଳି ଚରିତ୍ର ଦେଖି ହୁଏତ କଳିଯୁଗରେ ମୂକ ପାଲଟି ଯାଇଥିବା ମେଘନାଦ ମନେ ମନେ ଭାବୁଥିବ ଆଗରୁ ମୁଁ ବେଶ ସୁରକ୍ଷିତ ଥିଲି।

By amfnews

Related Post