Fri. Jun 6th, 2025

ମେକ୍‌ସିକୋ ନାଇଟ୍‌କ୍ଲବ୍‌ରେ ଗୁଳିକାଣ୍ଡ; ଅନ୍ୟୂନ ୧୫ ନିହତ

By amfnews Mar 10, 2019 #Featured
297 Views

ମେକ୍‌ସିକୋ ସିଟି 10 March, 2019: ମେକ୍‌ସିକୋର ଦଙ୍ଗା ପ୍ରପୀଡ଼ିତ ଗୁଆନାଜୁଆଟୋ ରାଜ୍ୟରେ ଶନିବାର ପ୍ରତ୍ୟୁଷରେ ଗୋଟିଏ ନାଇଟ୍‌କ୍ଲବ୍‌ରେ ଗୁଳିକାଣ୍ଡ ଘଟି ଅନ୍ୟୂନ ୧୫ ଜଣ ଲୋକ ନିହତ ହୋଇଛନ୍ତି ଓ ଅନ୍ୟ ସାତ ଜଣ ଆହତ ହୋଇଥିବା କଥା ସ୍ଥାନୀୟ ପ୍ରୋଜେକ୍ୟୁଟ୍‌ ଅଫିସ୍‌ସୂତ୍ରରୁ ପ୍ରକାଶ।

କିଏ ଗୁଳିକାଣ୍ଡ ଘଟାଇଛି ତାହା ହଠାତ୍‌ ଜଣାପଡ଼ିନାହିଁ। ସୂର୍ଯ୍ୟୋଦୟ ପୂର୍ବରୁ ଦଳେ ସଶସ୍ତ୍ର ବ୍ୟକ୍ତି ସାଲାମାନ୍‌କା ସହରସ୍ଥିତ ଲା ପ୍ଲାୟା ମେନ୍‌ସ୍‌ କ୍ଲବ୍‌ ଠାରେ ତିନୋଟି ଭ୍ୟାନ୍‌ ରଖି ପରିସର ମଧ୍ୟକୁ ଧଷାଇ ପଶି ଗୁଳି ଚଳାଇଥିଲେ ବୋଲି ସ୍ଥାନୀୟ ଗଣମାଧ୍ୟମ ପ୍ରକାଶ କରିଛି।ନାଇଟ୍‌କ୍ଲବ୍‌ ନିକଟ ରାସ୍ତାରୁ ଗୁଳିକାଣ୍ଡ ପରେ ଉଠାଯାଇଥିବା ଏକ ଭିଡିଓରେ ଦେଖାଯାଉଛି ଧାଡ଼ି ଧାଡ଼ି ପୁଲିସ ଗାଡ଼ି। ନେପଥ୍ୟରୁ ଜଣେ ମହିଳାଙ୍କ ଅସମ୍ଭାଳ କାନ୍ଦଣା ଶୁଭିବା ସହ ସେ ଅଞ୍ଚଳକୁ ଗୋଟାଏ ଆମ୍ବୁଲାସନ୍‌ ପଶୁଛି।

ଗୁଆନ୍‌ଜୁଆଟୋ ରାଜ୍ୟ ପ୍ରୋଜେକ୍ୟୁଟର୍‌ଙ୍କ କାର୍ଯ୍ୟାଳୟ ପ୍ରକାଶ କରିଥିବା ବିବୃତି ଅନୁସାରେ, ନାଇଟ୍‌କ୍ଲବ୍‌ରେ ୧୩ ଜଣ ଲୋକ ମରିଥିବା ଜଣାପଡ଼ିଛି। ଡାକ୍ତରଖାନାକୁ ଅଣାଯିବା ପରେ ଅନ୍ୟ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଗୁଇନ୍ଦାମାନେ ଘଟନାର ତଦନ୍ତ କରୁଛନ୍ତି।

By amfnews

Related Post