Sun. May 11th, 2025

ମେ ୧୭ ରେ ଶୁଣାଣି ହେବ ଅନୁଭବ-ବର୍ଷା ବିବାଦ ମାମଲା

By amfnews Apr 20, 2021 #Featured
216 Views

କଟକ, ଏପ୍ରିଲ ୨୦ : ଅନୁଭବ-ବର୍ଷା ବିବାଦ ମାମଲାରେ ପଡିବାରେ ପୂର୍ଣ୍ଣଛେଦ । ଆସନ୍ତା ମେ ୧୭ ତାରିଖରେ ଶୁଣାଣୀ କରିବେ କଟକ ଏସଡିଜିଏମ କୋର୍ଟ ।

ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରୀୟଦର୍ଶିନୀଙ୍କ ବିବାଦ ମାମଲା ଦିନକୁ ଦିନ ନୂଆ ମୋଡ ନେଉଥିବା ବେଳେ ପୁରା ଓଡ଼ିଶାରେ ଏବେ ଚର୍ଚ୍ଚିତ ଏହି ଦୁଇ ଦମ୍ପତିଙ୍କ ଘରୋଇ କଳି । ଘରୋଇ କଳି କୋର୍ଟରେ ପହଞ୍ଚିବା ପରେ ଗୋଟିଏ ପରେ ଗୋଟିଏ ତାରିଖ ଗଡି ଚାଲିଛି ମାତ୍ର ସମସ୍ୟାର ସମାଧାନ ହେଉନି । 

ପୂର୍ବରୁ ବର୍ଷା ଅନୁଭବ ଓ ତାଙ୍କ ପରିବାରଙ୍କ ବିରୋଧରେ ପାରିବାରିକ ହିଂସା ଓ ମାନସିକ ଅତ୍ୟାଚାରର ଅଭିଯୋଗ ଆଣି କଟକ ଏସଡିଜେମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହା ପୂର୍ବରୁ ସାଂସଦ ଅନୁଭବ ମହାନ୍ତି ଏହି ପାରିବାରିକ ବିବାଦକୁ ନେଇ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଛାଡପତ୍ର ଆବେଦନ କରିଥିଲେ ପରେ ଏହି ଦୁଇ ପୃଥମ ମାମଲାର ଏକାସାଥୀରେ ଶୁଣାଣୀ କରିବାକୁ ବର୍ଷା କୋର୍ଟରେ ଆବେଦନ କରିଥିଲେ ଏବଂ ତାଙ୍କ ଅପିଲ କୁ ଅନୁମତି ମିଳିବା ପରେ ଆସନ୍ତା ମେ ୧୭ ତାରିଖରେ ଅନୁଭବ-ବର୍ଷାଙ୍କ ମାମଲାର ଶୁଣାଣୀ ହେବାକୁ ଯାଉଛି ।

By amfnews

Related Post