Mon. Jun 9th, 2025

ମୃତ ଶିଶୁକୁ ବଞ୍ଚାଇବାକୁ ଘଣ୍ଟା ଘଣ୍ଟା ଧରି ପୂଜାର୍ଚ୍ଚନା

By amfnews Aug 11, 2018 #Featured
268 Views

କେନ୍ଦ୍ରାପଡ଼ା: ଆଜି ବି ଅନ୍ଧବିଶ୍ୱାସର ବିଷ ବିଳୟ ଭିତରେ ରହିଛି ମଣିଷ ସମାଜ। ଯାହର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଅନ୍ତର୍ଗତ ବଳିପାଳ ଗାଁରେ। ଯେଉଁଠି ମୃତ ଶିଶୁକୁ ବଞ୍ଚାଇବାକୁ ଚାଲିଥିଲା ଘଣ୍ଟା ଘଣ୍ଟା ଧରି ପୂଜାର୍ଚ୍ଚନା।

ସୂଚନା ଅନୁସାରେ, ବଳିପାଳ ଗାଁରେ  ଶ୍ରୀଧର ପ୍ରଧାନଙ୍କ ପୁଅ ମହେଶ ସାଗରଙ୍କ ଛାତିରେ ହଠାତ୍‌ ଯନ୍ତ୍ରଣା ହୋଇଥିଲା। ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ତା’ପରେ ମୃତ ପୁଅର ସତ୍କାର କରିବା ପରିବର୍ତ୍ତେ ପରିବାର ଲୋକ ପୂଜାପାଠ ଆରମ୍ଭ କରି ଦେଇଥିଲେ।  ଭଣ୍ଡବାବା ରାମ୍‌ପାଲ୍‌ର ଫଟୋରଖି ସେମାନେ ଅପେକ୍ଷା କରି ରହିଥିଲେ। ଘଣ୍ଟେ ନୁହେଁ କି ଦୁଇ ଘଣ୍ଟା ନୁହେଁ, ପ୍ରାୟ ୧୪ଘଣ୍ଟା ଧରି ଏପରି ପୂଜାର୍ଚ୍ଚନା ଚାଲିଥିଲା। ପରେ ଗ୍ରାମବାସୀଙ୍କ ହସ୍ତକ୍ଷେପ ପରେ ପରିବାର ଲୋକ ମୃତଶିଶୁର ଶବସତ୍କାର କରିଥିଲେ।

ସୂଚନାଯୋଗ୍ୟ, ହତ୍ୟା ଓ ଅନ୍ୟାନ୍ୟ ମାମଲାରେ ଅତ୍ମଘୋଷିତ ବାବା ରାମ୍‌ପାଲ୍‌ ଜେଲ୍‌ରେ ଅଛନ୍ତି।

By amfnews

Related Post