Sat. Mar 7th, 2026

ମୂଷା ପିଇଗଲେ ହଜାରେ ଲିଟର ମଦ : ପୁଲିସ

346 Views

ବରେଲି, ଡିସେମ୍ବର ୨୯ : ଉତ୍ତର ପ୍ରଦେଶର ବରେଲି କ୍ୟାଣ୍ଟନମେଣ୍ଟ୍‌ ପୁଲିସ ଥାନାରେ ଥିବା ଷ୍ଟୋର ରୁମ୍‌ରେ ଥିବା ଏକ ହଜାର ଲିଟର ମଦ ଉଭାନ୍‌ ହୋଇଯାଇଛି। ସେହି ଥାନାର କର୍ମଚାରୀମାନେ କହୁଛନ୍ତି ଯେ ମୂଷାମାନେ ଏକ ହଜାର ଲିଟର ମଦ ପିଇ ଦେଇଛନ୍ତି। ଆଗରୁ ମୂଷାମାନେ ଏଭଳି ମଦ ପିଇ ଦେଇଥିବାର ଅଭିଯୋଗ ବିହାର ଓ ଝାଡଖଣ୍ଡ ରେ ଆସିଥିଲା। ପୁଲିସ ଅଧୀକ୍ଷକ ଅଭିନନ୍ଦନ ସିଂହ ଏହି ଘଟଣାର ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି।

କ୍ୟାଣ୍ଟନମେଣ୍ଟ ଥାନାକୁ ନୂଆକରି ମୁଖ୍ୟ କିରାଣୀ ଭାବେ ନିଯୁକ୍ତ ହୋଇଥିବା ନରେଶ ପାଲ୍‌ ମାଲ୍‌ଖାନାର କବାଟ ଖୋଲିବା ପରେ କେତେକ ମୂଷା ବୁଲୁଥିବାର ଦେଖିଲେ। ଜଣେ ପ୍ରାଣୀ ବିଜ୍ଞାନ ପ୍ରଫେସର କହିଛନ୍ତି ଯେ ପାଣି ନ ମିଳିଲେ ମୂଷା ମଦ ପିଇ ପାରନ୍ତି,କିନ୍ତୁ ଏକ ହଜାର ଲିଟର ମଦ ପିଇବା ସମ୍ଭବ ନୁହେଁ। ଆଗରୁ ବିହାରରେ ପୁଲିସ ଜବତ କରିଥିବା ନଅ ଲକ୍ଷ ଲିଟରରୁ ଅଧିକ ପରିମାଣର ମଦ ମୂଷାମାନେ ନଷ୍ଟ କରିଥିବାର ମଧ୍ୟ ଅଭିଯୋଗ କରିଛନ୍ତି।

By amfnews

Related Post