Thu. Mar 20th, 2025

ମୁହଁରେ ବିଷ୍ଠା ବୋଳିବା ଘଟଣା, ବାପ-ପୁଅ ଜେଲ୍‌ ଗଲେ

By amfnews Jul 7, 2019 #Featured
102 Views

ତୁଷୁରା  : ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ମାଢ଼େକେଲା ପଞ୍ଚାୟତ ଅନ୍ତର୍ଗତ ଭୁଆଁପଡ଼ା ଗାଁର ମାନସ ପଣ୍ଡାଙ୍କ ମୁହଁରେ ବିଷ୍ଠା ବୋଳିଦେବା ଅଭିଯୋଗରେ ସେହି ଗାଁର ରାଧାଗୋବିନ୍ଦ ଖଟୁଆଲ(୫୪) ଓ ତାଙ୍କ ପୁଅ ହେମନ୍ତ ଖଟୁଆଲ(୩୪) ଜେଲ୍‌ ଯାଇଛନ୍ତି। ପୂର୍ବ ଶତ୍ରୁତାରୁ ଏଭଳି କରିଥିବା ପୁଲିସ ତଦନ୍ତରୁ ଜାଣିବା‌ ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ବଲାଙ୍ଗୀର କୋର୍ଟ ଚାଲାଣ କରିଛି। ଜାମିନ ଆବେଦନ ଖାରଜ ହୋଇଯିବାରୁ ଉଭୟଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିବା ଥାନାଧିକାରୀ ଯଶୋବନ୍ତ ପ୍ରଧାନୀ କହିଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଭୁଆଁପଡ଼ା ଗ୍ରାମର ରାଧାଗୋବିନ୍ଦଙ୍କ ପୁଅ ହେମନ୍ତ ରାଜ୍ୟ ବାହାରକୁ ଯାଇ କାମ କରୁଥିଲେ। ତେବେ କୌଣସି କାରଣକୁ ନେଇ ୪/୫ ମାସ ତଳେ ହେମନ୍ତ ଓ ମାନସଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗାଁରେ ସଭା ହୋଇ ଏହାର ସମାଧାନ ମଧ୍ୟ ହୋଇଥିଲା। କିନ୍ତୁ ଶୁକ୍ରବାର ସଂଧ୍ୟାରେ ମାନସ ତ‌ାଙ୍କ କିରାନା ଦୋକାନରେ ବସିଥିବା ବେଳେ ହଠାତ୍‌ ହେମନ୍ତ ଓ ତାଙ୍କ ବାପା ଆସି ମୁହଁରେ ବିଷ୍ଠା ବୋଳି ଦେବା ସହ ମାଡ଼ ମାରିଥିଲେ। ଏ ସଂପର୍କରେ ମାନସ ତୁଷୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଥାନା କେସ୍‌ ନଂ ୧୨୮/୧୯ରେ ଏକ ମାମଲା ରୁଜୁ କରିଛି।

By amfnews

Related Post