Sat. Mar 7th, 2026

ମୁମ୍ବାଇ ନର୍ଥ ଆସନରୁ କଂଗ୍ରେସ ପ୍ରାର୍ଥୀଭାବେ ପ୍ରତିଦ୍ୱନ୍ଦ୍ୱିତା କରିବେ ବଲିଉଡର ଛମ୍ମା ଛମ୍ମା’ ଗାର୍ଲ !

377 Views

ମୁମ୍ବାଇ:ବଲିଉଡ ତାରକାମାନଙ୍କୁ ସବୁ ରାଜନୈତିକ ଦଳ ଟିକେଟ୍‌ ଦେବା ପାଇଁ ଆଗ୍ରହ ଦେଖାଇଥାଆନ୍ତି। ଏହି କ୍ରମରେ ବଲିଉଡର ଛମ୍ମା ଛମ୍ମା’ ଗାର୍ଲ ଉର୍ମିଳା ମାତୋଣ୍ଡକରଙ୍କୁ କଂଗ୍ରେସ ମୁମ୍ବାଇରୁ ଟିକେଟ୍‌ ଦେବ ବୋଲି ଚର୍ଚ୍ଚା ହେଉଛି। କୁହାଯାଉଛି କଂଗ୍ରେସ ଟିକେଟ୍‌ରେ ଉର୍ମିଳା ମୁମ୍ବାଇ ନର୍ଥ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ତେବେ ଏଯାବତ୍‌ ଏ ନେଇ ବିଧିବଦ୍ଧଭାବେ ଘୋଷଣା କରାଯାଇ ନାହିଁ।

ମିଳିଥିବା ସୂଚନା ଅନୁଯାୟୀ ମୁମ୍ବାଇ ଉତ୍ତର ଲୋକସଭା ଆସନରୁ ଉର୍ମିଳାଙ୍କୁ ଟିକେଟ୍‌ ଦେବ କଂଗ୍ରେସ। ତେବେ ଏ ସଂପର୍କରେ ମୁମ୍ବାଇ କଂଗ୍ରେସର ବରିଷ୍ଠ ନେତା ସଂଜୟ ନିରୂପମ୍‌। ରାଜ୍ୟ କଂଗ୍ରେସର ମୁଖପାତ୍ର ଓ ଉର୍ମିଳାଙ୍କ ସଂପର୍କୀୟମାନଙ୍କୁ ଯୋଗାଯୋଗ କରାଯିବାପରେ ବି ମିଡିଆକୁ କୌଣସି ଟିପ୍ପଣୀ ଦେବାକୁ ମନା କରି ଦେଇଛନ୍ତି।

ମୁମ୍ବାଇ ନର୍ଥ ଆସନକୁ ଭାରତୀୟ ଜନତା ପାର୍ଟିର ଗଡ଼ ବୋଲି ବିବେଚନା କରାଯାଏ। ତେବେ ୨୦୦୪ରେ କଂଗ୍ରେସ ଟିକେଟରେ ଲଢି ଅଭିନେତା ଗୋବିନ୍ଦା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାମ ନାଇକଙ୍କୁ ଏଠାରୁ ପରାସ୍ତ କରିଥିଲେ। ରାମ ନାଇକ ଏବେ ଉତ୍ତର ପ୍ରଦେଶର ରାଜ୍ୟପାଳ ଅଛନ୍ତି। ୨୦୧୪ରେ ଭାଜପା ପ୍ରାର୍ଥୀ ଗୋପାଲ ସେଟ୍ଟୀ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ସଂଜୟ ନିରୂପମଙ୍କୁ ପରାସ୍ତ କରିଥିଲେ।ଭାଜପା ବର୍ତ୍ତମାନର ସାଂସଦ ଗୋପାଳ ସେଟ୍ଟୀଙ୍କୁ ପୁଣି ଥରେ ପ୍ରାର୍ଥୀ କରିଛି।

By amfnews

Related Post