Sun. Nov 24th, 2024

ମୁମ୍ବାଇ ଆକ୍ରମଣରେ ପାକିସ୍ତାନର ହାତ ଥିଲା : ଇମରାନ ଖାନ

By amfnews Dec 9, 2018 #Featured
82 Views

ନୂଆଦିଲ୍ଲୀ, ଡିସେମ୍ବର ୯: ପାକିସ୍ତାନର ପ୍ରଧାନମନ୍ତ୍ରୀ  ଇମରାନ ଖାନ ୨୦୦୮ରେ ମୁମ୍ବାଇ ଆକ୍ରମଣର ଷଡଯନ୍ତ୍ରରେ ନିଜ ଦେଶର ଭୂମିକା ଥିବା ସ୍ୱୀକାର କରିଛନ୍ତି । ଏକ ବିଦେଶୀ ଖବର କାଗଜକୁ ସାକ୍ଷାତକାର ଦେବା ସମୟରେ ସେ ମୁମ୍ବାଇ ଆକ୍ରମଣର ଷଡଯନ୍ତ୍ରକାରୀଙ୍କୁ ଦଣ୍ଡ ଦେବା ନିଜ ଦେଶପାଇଁ  ଶୁଭଙ୍କର ହେବ ବୋଲି କହିଛନ୍ତି । ତାଙ୍କ ଏହି ବୟାନ ପଛରେ ପାକିସ୍ତାନର ଭୁମିକା ରହିଛି ବୋଲି କୁହାଯାଇଛି ।

ଅନ୍ତରାଷ୍ଟ୍ରୀୟ ସ୍ଥରରେ ପାକସ୍ତାନକୁ ଆତଙ୍କବାଦକକୁ ସମର୍ଥନ କରୁଥିବାରୁ ଏହି ସମୟରେ ଆଲୋଚନାର ଶିକାର ହେବାକୁ ପଡୁଛି । ପ୍ରାୟ କାଙ୍ଗାଳ ହୋଇ ପଡିଥିବା ପାକିସ୍ତାନୀ ଅର୍ଥବ୍ୟବସ୍ଥାକୁ ଆତଙ୍କବାଦ ସହିତ ଲଢିବା ପାଇଁ ଆମେରିକାରୁ ମିଳୁଥିବା ମୋଟା ଅଙ୍କର ଆର୍ଥିକ ସାହାର୍ଯ୍ୟ ମଧ୍ୟ ବନ୍ଦ ହୋଇଯାଇଛି । ନିକଟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ମଧ୍ୟ ନିକଟରେ ଦୁଇଜଣଙ୍କ ମଧ୍ୟରେ ଅନେକ ବାର ଆତଙ୍କବାଦୀ ସହିତ ଲଢିବା ନାଁରେ ଧୋକା ଦେବା କାରଣରୁ ପଦାଘାତ କରିସାରିଛି । ଭାରତ ମଧ୍ୟ ଆତଙ୍କବାଦୀ ଗତିବିଧିକୁ ବନ୍ଦ କରିବା  ପର୍ଯ୍ୟନ୍ତ ପାକିସ୍ତାନର ସାଥ ଦେବା କିମ୍ବା କୌଣସୀ ପ୍ରକାର କଥାବାର୍ତା କରିବାକୁ ମନା କରିସାରିଛି । ଏଭଳି ପରିସ୍ଥିତିରେ ଇମାରାନଙ୍କ ବୟାନ ବହୁତ ଗୁରୁତ୍ୱପୂଣ୍ଣ ବୋଲି କୁହାଯାଉଛି ।

ଇମରାନ କହିଛନ୍ତି କି, ଆମେ ୨୦୦୮ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଆତଙ୍କବାଦୀମାନଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଚାହୁଁଛୁ । ସେ ଏହି କେସରେ ସ୍ଥିତି ଜାଣିବାକୁ ଆଦେଶ ଦେଇଛନ୍ତି । ସେ କହିଛନ୍ତି କି, ଏହି ମାମଲାକୁ ସମାଧାନ କରିବା ଆମ ପାଇଁ ଜରୁରୀ ଅଟେ । କାରଣ ଏହା ଏକ ଆତଙ୍କବାଦୀ ଆକ୍ରମଣ ଅଟେ । ଏହି ଘଟଣାରେ ଭାରତ ବିଷୟରେ ଇମରାନ କହିଥିଲେ କି, ଭାରତର ଶାସକ ଦଳ ମୁସଲିମ ଓ ପାକିସ୍ତାନି ବିରୋଧି ଅଟନ୍ତି ।

By amfnews

Related Post