Thu. Jan 23rd, 2025

ମୁଣ୍ଡଳିରେ ସେକେଣ୍ଡକୁ ୯ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହେଲେ ବଡ ବନ୍ୟା : ଜଳ ସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀ

By Naresh Kumar Jul 23, 2018 #Featured
245 Views

ଭୁବନେଶ୍ୱର, ଜୁଲାଇ ୨୩: ରାଜ୍ୟର ମହାନଦୀ ଓ ଶାଖାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ଘନଉଥିବା ବେଳେ ବନ୍ୟା ନିୟନ୍ତ୍ରଣ ନେଇ ଜଳ ସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ଯେ ତେଲ ଓ ହାତୀ ନଦୀ ପାଣି ପାଇଁ ମହାନଦୀରେ ବନ୍ୟା ଆସିଛି। ମହାନଦୀ ଅବବାହିକାରେ ଥିବା ଜିଲ୍ଲା ଗୁଡିକୁ ସତର୍କ କରାଯାଇଛି । ଛତିଶଗଡ କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ୍ ଖୋଲାଅଛି ।
ଫଳରେ ହୀରାକୁଦ ଜଳସ୍ତର ବଢିବାରେ ଲାଗିଛି। ମୁଖ୍ୟତଃ ରୁଲ କର୍ଭ ଅନୁସାରେ ହୀରାକୁଦ ଜଳଭଣ୍ଡାରେ ଏବେ ୫୯୧ ଫୁଟ ଜଳ ରହିବା କଥା, କିନ୍ତୁ ଦିନ ୧୨ଟା ସୁଦ୍ଧା ଜଳଭଣ୍ଡାରରେ ଅଧିକ ୬୧୮.୫୩ ଫୁଟ ଜଳ ହେଲାଣି। ଯଦି ଆମେ ରୁଲ କର୍ଭ ଅନୁସାରେ ଜଳଭଣ୍ଡାରରୁ ବନ୍ୟା ଛାଡିଥାନ୍ତେ, ତେବେ ମହାନଦୀରେ ବଡ ବନ୍ୟା ଆସିଥାନ୍ତା। ଉପରମୁଣ୍ଡରେ ବର୍ଷା ହେଉଥିବାରୁ ଏଭଳି ସ୍ଥିତି ଉପୁଜିଛି। ବର୍ତ୍ତମାନ ମୁଣ୍ଡଳିରେ ସେକେଣ୍ଡ ପିଛା ୭ ଲକ୍ଷ ୩୦ ହଜାର ୮୭୭ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଯଦି ସେକେଣ୍ଡକୁ ୯ ଲକ୍ଷ କ୍ୟସେକ୍ ଜଳ ନିଷ୍କାସିତ ହୁଏ,  ମହାନଦୀ ଓ ଶାଖାନଦୀରେ ବଡ ବନ୍ୟା ସୃଷ୍ଟି ହେବ ବୋଲି ସେ କହିଛନ୍ତି ।

ଅପରପକ୍ଷରେ ହୀରାକୁଦ ଡ୍ୟାମ୍‌ ଭିତରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୭୬ ହଜାର ୯୦୯ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୩୭୦ କ୍ୟୁସେକ ଜଳ ନିଷ୍କାସନ ହେଉଛି । ଆସନ୍ତାକାଲି ସକାଳ ୧୧ଟା ସୁଦ୍ଧା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ା ଯିବା ନେଇ ଡ୍ୟାମ୍‌ର ମୁଖ୍ୟ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି । ସହ ତଳିଆ ଅଂଚଳର ଲୋକଙ୍କୁ ଜାଗା ଛାଡିବାକୁ ପରାମର୍ଶ ଦିଆଯାଇଛି ବୋଲି ସେ କହିଛନ୍ତି ।

ମୁଣ୍ଡୁଳିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ହୋଇଛି । ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀ । ବନ୍ୟା ଆସିଲେ ତୁରନ୍ତ ଏସ୍‌ଆର୍‌ସି କାର୍ଯ୍ୟାଳୟକୁ ସୂଚନା ଦେବା ସହିତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ହୋଇଛି ।

Related Post