Sat. Jan 11th, 2025

ମୁଖ୍ୟମନ୍ତ୍ରୀଙ୍କୁ ଦଃୁଖ ଜଣାଇ ପ୍ରଶାସନିକ ଆକ୍ରେଶର ଶୀକାର ଗରୀବ ବ୍ୟକ୍ତିଙ୍କ ଆତ୍ମହତ୍ୟା ନିଷ୍ପତି

By amfnews Sep 9, 2018 #Featured
153 Views

ଯାଜପୁର,୯/୯  : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନିଜ ଅଂଚଳର ସମସ୍ୟା ଜଣାଇବା ଏବଂ ଦୁର୍ନିତି ନେଇ ଦୃଷ୍ଟି ଆକର୍ଷଣ କରି ଜଣେ ଗରୀବ ବ୍ୟକ୍ତିକୁ ପ୍ରଶାସନ ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗରୁ ବଂଚିତ କରାଯାଇଛି । ଏଥିରେ ଅତିଷ୍ଟ ହୋଇଥିବା ଏହି ଗରୀବ ଜଣକ ଏବେ ଆତ୍ମହତ୍ୟା କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଆକାରରେ ଶନିବାର ଜଣାଇଛନ୍ତି ।

ଯାଜପୁର ଜିଲ୍ଲା ବଡଚଣା ବ୍ଲକର ଦର୍ପଣ ପଂଚାୟତର ଗୁଲଜାରନଗରପାଟଣା ଗାଁର ବଳରାମ ମଳିକ ନିହାତି ଗରୀବ, ଦଃୁଖୀ, ଦିନ ମଜୁରିଆ । ସେ ଶନିବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରଦାନ କରିଥିବା ପତ୍ରରେ ଉଲ୍ଳେଖ କରିଛନ୍ତି ଯେ, ଯେ କୌଣସି ପ୍ରକାର ଅନୁଧ୍ୟାନ କଲେ ବି ମୁଁ ବୋଧହୁଏ ପଂଚାୟତର ସବୁଠାରୁ ଅଧିକ ଗରୀବ ଲୋକ ହେବି । ମୁଁ କେତେକ ଘଟଣାରେ ଆପଣଙ୍କ କାର୍ଯ୍ୟାଳୟର ଦୃଷ୍ଟି ଆକର୍ଷଣ କରିଥିଲି । ଏହି ଆକ୍ରୋଶରେ ମୋର ବୁଢି ବିଧବା ମା ର ଭତା, ମୋର ଇନ୍ଦିରା ଆବାସ ଘରର ବିଲ, ମୋ ବାପା ମରିବାର ୬ ମାସ ପରେ ବି ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥ ପ୍ରଦାନ କରାଯାଇ ନାହିଁ । ମୋ ବୁଢି ବିଧବା ମା ମିନା ମଳିକଙ୍କୁ ରାସନ ସମାଗ୍ରୀ ବି ପ୍ରଦାନ କରାଯାଉ ନାହିଁ । ପୂର୍ବରୁ ପାଂଚ କିଲୋ ଲେଖା ଚାଉଳ ମା’ଆ ନାମରେ ପ୍ରଦାନ କରୁଥିଲେ ହେଲେ, ଆପଣଙ୍କୁ ଚିଠି କରିବା ପରେ ସେ ଚାଉଳ ବି ବନ୍ଦ କରିଦେଲେ । ମୋ ମା ଠାରୁ ବହୁ ଧନୀ ଲୋକ ରାସନରେ ଚାଉଳ ପାଉଥିବା ବେଳେ ମୋ ମା କେମିତି ବଂଚିତ ହେଲା ବୁଝିପାରୁ ନାହୁଁ । ମୋ ମା ପରେ ବିଧବା ହୋଇଥିବା ଅନେକ ମହିଳା ବିଧବା ଭତା ପାଇଥିବା ବେଳେ ମୋ ମା କୁ ବଂଚିତ କରାଯାଇଛି ।

ଏପରିକି ଏଠାରେ କାର୍ଯ୍ୟରତ ତଳସ୍ତରର କର୍ମଚାରୀମାନେ କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲୁ, ତୋର କିଛି କରାଯିବା ନାହିଁ ବୋଲି ଧମକ ଦେଉଛନ୍ତି । ଏଥିନେଇ ତଦନ୍ତ ନିର୍ଦ୍ଦେଶ ଦିଆଗଲେ, ଆପଣଙ୍କୁ ଗୋଟିଏ ଉତର ଦିଆଯିବ ଯେ, ମୁଁ ହରିଶ୍ଚନ୍ଦ୍ର ଯୋଜନା ପାଇଁ କିମ୍ବା ବିଧବା ମାର ଭତା ପାଇଁ ଆବେଦନ କରାଯାଇ ନାହିଁ । ବାସ୍ତବରେ ମୁଁ ଆବେଦନ କରି ନଥିଲେ ଆପଣଙ୍କ ପର୍ଯ୍ୟନ୍ତ ଲେଖବାର ମୋର ଲାଭ କଣ? ଏଠାରେ ଆମର ଆବେଦନକୁ କାର୍ଯ୍ୟାଳୟରେ ଚିରି ଦିଆଯାଉଛି । ମାର ଭତା ଏବଂ ବାପାଙ୍କ ହରିଶ୍ଚନ୍ଦ୍ର ଯୋଜନା ଟଙ୍କା ପାଇବାକୁ ବାରମ୍ବାର ପଂଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟ ଯାଇ ନିରାଶ ହେବା ସହ ବହୁବାର ଲେଖିକି ଜଣାଇବା ପରେ ବି ନିରାଶ ହେବାରୁ ଶେଷକୁ ଆପଣଙ୍କ ନିକଟରେ ମଧ୍ୟ ଏଥିନେଇ ଅଭିଯୋଗ କରିଥିଲି । ଏଥିନେଇ ଆପଣଙ୍କ ନିକଟରେ ଅଭିଯୋଗ ପହଞ୍ôଚଥିବାର ପ୍ରମାଣ ମଧ୍ୟ ରହିଛି ।

ଗୋଟିଏ ହେଲେ ଅଭିଯୋଗ ନେଇ ମୋ ପାଖକୁ କେହି କୌଣସି ତଦନ୍ତ ପାଇଁ ଯାଇ ନାହାନ୍ତି । ଏହି ଅଭିଯୋଗ ନେଇ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେଥିନଇ ମଧ୍ୟ ଅଭିଯୋଗକାରୀଙ୍କୁ ତଥ୍ୟ ଦିଆଯାଇ ନାହିଁ । ଏହି ଅଭିଯୋଗ ଆଧାରରେ ଠିକ ଭାବେ ତଦନ୍ତ କରାଯାଇ ଥିଲେ ମୋର ମାକୁ ବିଧବା ଭତା ଏବଂ ମୋର ବାପାଙ୍କ ମରିବା ନେଇ ହରିଶ୍ଚନ୍ଦ୍ର ଯୋଜନାରେ ଟଙ୍କା ମିଳିଯିବା କଥା । ନବୀନ ପଟ୍ଟନାୟକଙ୍କ ସରକାରରେ ଗରୀବଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ଟଙ୍କା ନମିଳିବା, ଗରୀବ ଅସହାୟ ବୃଦ୍ଧା ବିଧବାଙ୍କୁ ଭତା ନମିଳିବା , ଇନ୍ଦିରା ଆବାସରେ ଟଙ୍କା ନମିଳିବା ନେଇ ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତଦନ୍ତ ନିର୍ଦ୍ଦେଶ ଆସିବା ପରେ ନ୍ୟାୟ ନମିଳିବା ଦଃୁଖଦାୟକ ।

ମୋର ଇନ୍ଦିରା ଆବାସ ଗୃହ ବାବଦରେ ମୋତେ ୧୯ ହଜାର ୫୦୦ ଟଙ୍କା ପ୍ରଦାନ କରାଯାଇଛି । ମୁଁ ଯଦି ଠିକ ହିତାଧିକାରୀ ନୁହେଁ କିମ୍ବା ମୋର କାଗଜପତ୍ର ଯଦି ଠିକ ନାହିଁ, ତେବେ ମୋତେ କିଭଳି ଏହି ଟଙ୍କା ପ୍ରଦାନ କରାଗଲା । ଏହାପରେ ମୁଁ ଆପଣଙ୍କ କାର୍ଯ୍ୟାଳୟକୁ ଅନ୍ୟ ବିଷୟରେ ଜଣାଇଲି ବୋଲି, ମୋତେ ଧମକ ଦିଆଗଲା ଯେ, ମୁଖ୍ୟମନ୍ତ୍ରୀକୁ ଯା ଡାକିବୁ ତୋର ବିଲ ଦେବ । ଏହା କହି ମୋତେ ନାନାଦି ପ୍ରକାର ଧମକ ଦିଆଯାଇ ସବୁଥିରୁ ବଂଚିତ କରାଗଲା । ଆପଣଙ୍କ ଅବଗତି ନିମନ୍ତେ ଜଣାଉଛି କି, ଏଠାରେ ବହୁ ସଂଖ୍ୟାରେ ଧନୀ ଓ ଥିଲା ବାଲା ଲୋକ ଇନ୍ଦିରା ଆବାସ ପାଇଛନ୍ତି । ଏଠାରେ ଆଦୌ ଜମି ନଥାଇ ଅଲଗା ଜାଗାର ଜମି ପଟ୍ଟା ଦେଖାଇ ବି ଘର ପାଇଛନ୍ତି । ହେଲେ ମୋ ପ୍ରତି ଏଭଳି ଆକ୍ରୋଶ ନେଇ ସୁବିଚାର କରାନଗଲେ, ମୁଁ ବାଧ୍ୟ ହୋଇ ଆତ୍ମହତ୍ୟା କରିବି । ବଳରାମ କହିଛନ୍ତି ଯେ, ବଂଶାୁନୁକ୍ରମିକ ଭାବେ ମୁଁ ଓ ମୋର ପରିବାର ବିଜୁବାବୁ ଏବଂ ନବୀନବାବୁଙ୍କ ସହ ରହିଛୁ । ନବୀନବାବୁ ଆମ ପାଇଁ ଭଗବାନ ଭଳି ଏବଂ ଆମର ବଡଚଣା ବିଧାୟକ ମଧ୍ୟ ଖୁବ ଭଲ ଲୋକ । ହେଲେ ତଳସ୍ତରରେ ଥିବା ଦୁର୍ନିତିଖୋର ଲୋକଙ୍କ ପାଇଁ ଗରୀବଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସଂକଳ୍ପ କାର୍ଯ୍ୟକାରୀ ହେଉନାହିଁ ।

By amfnews

Related Post