96 Views
ବିହାର, ନଭେମ୍ବର ୦୧: କେନ୍ଦ୍ରମନ୍ତ୍ରୀ ତଥା ଲୋକ ସମତା ପାର୍ଟିର ମୁଖ୍ୟ ଉପେନ୍ଦ୍ର କୁଶବାହ ଦାବି କରିଛନ୍ତି କି ବିହାର ମୁଖ୍ୟମନ୍ତ୍ରୀ ପଦ ୨୦୨୦ ପରେ ଖାଲି ରହିବ । ଏଥିନିମନ୍ତେ ନୂଆ ଆଶାୟୀଙ୍କ ଆବଶ୍ୟକତା ରହିଛି । ନୀତିଶ କୁମାର ଆଉ ମୁଖ୍ୟମନ୍ତ୍ରୀ ହେବା ପାଇଁ ଚାହୁଁ ନାହାନ୍ତି । ସେ ୨୦୨୦ ନିର୍ବାଚନ ପରେ ନିଜ ପଦ ଛାଡିବାକୁ ଚାହୁଁଛନ୍ତି । ଗତକାଲି ଏକ ଦଳୀୟ କାର୍ଯ୍ୟକ୍ରମରେ କୁଶବାହା ଏହା କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ଏହା ରାଜନୀତି ନୁହେଁ । ମୁଖ୍ୟମନ୍ତ୍ରୀଙ୍କ ଉପରେ ଏହା କୌଣସୀ ବ୍ୟଙ୍ଗାତ୍ମକ ଟିପ୍ପଣୀ ନୁହେଁ । କିନ୍ତୁ ନୀତିଶ ନିଜେ ଏନେଇ ସୂଚନା ଦେଇଥିଲେ । କୁଶବାହା ନୀତିଶଙ୍କୁ ଯେଉଁଭଳି ଭାବେ ଜାଣନ୍ତି ଆଉ କେହି ଜାଣନ୍ତି ନାହିଁ । ନୀତିଶ ତାଙ୍କୁ ଥରେ ୧୫ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିବା ପରେ ଆଉ ଇଚ୍ଛା ନଥିବା କହିଥିଲେ ।
ଅନ୍ୟପକ୍ଷେ ଜେଡିୟୁ ପ୍ରବକ୍ତା ନୀରଜ କୁମାର କୁଶବାହଙ୍କ ମନ୍ତବ୍ୟକୁ ଖଣ୍ଡନ କରିବା ସହ ନୀତିଶ ବିଧାୟକଙ୍କ ପସନ୍ଦ ଆଧାରରେ ମୁଖ୍ୟମନ୍ତ୍ରୀ ହୋଇଥିବା କହିଛନ୍ତି । କୁଶବାହଙ୍କ କଥାରୁ ସ୍ପଷ୍ଟ ବାରି ହେଉଛି କି ସେ ଏନଡିଏ ସହ ରହିବେ । ଏହା ସହ ବିହାରରେ ମିଳିତ ଭାବେ ନିର୍ବାଚନ ଲଢିବେ ।