235 Views
ନୂଆଦିଲ୍ଲୀ,ନ ନଭେମ୍ବର ୧୬: ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ବିରୁଦ୍ଧରେ ରାଷ୍ଟ୍ରୀୟ ଲୋକ ସମତା ଦଳର ପ୍ରମୂଖ ଓ କେନ୍ଦ୍ରୀୟ ମନ୍ତ୍ରୀ ଉପେନ୍ଦ୍ର କୁଶୱାହ ମୋର୍ଚ୍ଚା ବାହାର କରିଛନ୍ତି । ଦଳର ଦୁଇ ବିଧାୟକ ବିଦ୍ରୋହର ସଂକେତ ଦେବା ପରେ ଦଳର ଅନ୍ୟ ସାଂସଦ ରାମ କୁମାର ଶର୍ମା ମଧ୍ୟ କୁଶୱାହଙ୍କ ସହିତ ସମ୍ପର୍କ କାଟି ଦେବାକୁ ସଙ୍କେତ ଦେଇ ସାରିଲେଣି ।
କୁଶୱାହ ଏହା ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ ନିକଟତର ହେବା ଦେଖି କେତେ ଥର ଏନଡିଏ ଛାଡିବାର ସଂକେତ ଦେଇ ସାରିଲେଣି । ବିଜେପିରୁ ସୁତ୍ର ମୁତାବିକ୍ ଦଳ ଭିତରେ ହେଉଥିବା ମହାଭାରତ ମଧ୍ୟରେ କୁଶୱାହ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ସହିତ ସାକ୍ଷାତ କରିବାକୁ ସମୟ ମାଗିଥିଲେ । କିନ୍ତୁ ବିଜେପି ତାଙ୍କୁ ଅଧିକା ଗୁରତ୍ୱ ଦେବାର ଦେଖାଯାଉନାହିଁ ।
ସୂଚନାଯୋଗ୍ୟ କି, ଚଳିତ ସପ୍ତାହରେ ରାଷ୍ଟ୍ରୀୟ ଲୋକ ସମତା ଦଳର ଦୁଇ ବିଧାୟକ ଜେଡିୟୁରେ ସାମିଲ ହେବାର ସଂକେତ ଦେଇଥିଲେ । ଏହା ଉପରେ କୁଶୱାହ ଓ ଜେଡିୟୁ ମଧ୍ୟରେ ଆରମ୍ଭ ହୋଇଥିବା ନିର୍ବଚନୀ ଯୁଦ୍ଧ ପରେ ବର୍ତମାନ ଦଳର ଆଉ ଏକ ସାଂସଦ ରାମ କୁମାର ଶର୍ମା ସାର୍ବଜନିକଭାବେ କହିଛନ୍ତି କି, ସେ ଜେଡିୟୁ ଓ ନୀତିଶ କୁମାରଙ୍କ ସହିତ ଲଗାତାର ଭାବେ ସମ୍ପର୍କରେ ଅଛନ୍ତି ।