Fri. Mar 6th, 2026

ମୁଖ୍ୟମନ୍ତ୍ରୀ ନବୀନଙ୍କ ଘୋଷଣା: ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ୧୫ ଦିନ ପାଇଁ ମିଳିବ ରିଲିଫ

305 Views

ପରିବାରର ବୟସ୍କ ବ୍ୟକ୍ତିଙ୍କୁ ଦିନକୁ ମିଳିବ ୬୦ ଟଙ୍କା ରିଲିଫ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ବନ୍ୟା ପୀଡ଼ିତଙ୍କ ପାଇଁ ରିଲିଫ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ପରିବାରର ବରିଷ୍ଠ ସଦସ୍ୟଙ୍କୁ ଦିନକୁ ୬୦ ଟଙ୍କା ରିଲିଫ ମିଳିବ। ସେହିପରି ରାଜ୍ୟ ସରକାର ବନ୍ୟା ପ୍ରଭାବିତ ପରିବାରର କନିଷ୍ଠ ସଦସ୍ୟଙ୍କୁ ୪୫ ଟଙ୍କା ରିଲିଫ ଯୋଗାଇବେ। ରାଜ୍ୟ ସଚ୍ଚିବାଳୟ ଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ନବୀନ ଏହା ଘୋଷଣା କରିଛନ୍ତି।

ବୈଠକରେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସାମୁଦ୍ରିକ ଝଡ଼ ପ୍ର

ଭାବରେ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ପରେ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ସେହିପରି ଅନେକ ଲୋକ ବାସହୀନ ହୋଇ ଯାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ବନ୍ୟା ପରିସ୍ଥିତି ସମୀକ୍ଷା କରିବା ପରେ ପ୍ୟାକେଜ ଘୋଷଣା କରିଛନ୍ତି। ସେ କହିଛନ୍ତି ସରକାର ଏକ ୪ ଜଣିଆ ପରିବାରକୁ ହାରାହାରି ୩ ହଜାର ଟଙ୍କାର ରିଲିଫ ଯୋଗାଇବେ। ପ୍ରଭାବିତ ଅଞ୍ଚଳରେ ଏହି ରିଲିଫ ୧୫ ଦିନ ପାଇଁ ଦିଆଯିବ।

ରାୟଗଡ଼ାର ଗୁଣୁପୁର ବ୍ଲକରେ ବହୁ କ୍ଷୟକ୍ଷତି ହୋଇଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଯାତାୟତ ଠିକ କରିବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ୯୦ ପ୍ରତିଶତ ଅଞ୍ଚଳରେ ୪୮ ଘଣ୍ଟା ବିଦ୍ୟୁତ ସେବା ସ୍ୱାଭାବିକ ହେବ। ବାକି ୧୦ ପ୍ରତିଶତ ଅଞ୍ଚଳରେ ୩ରୁ ୫ ଦିନ ମଧ୍ୟରେ ବିଦ୍ୟୁତ ସେବା ସ୍ୱାଭାବିକ ହେବ। ସେହିଭଳି ରବିବାର ସୁଦ୍ଧା ପ୍ରଭାବିତ ଅଞ୍ଚଳରେ ନଳକୂପ କାର୍ଯ୍ୟକ୍ଷମ ହେବ।

By amfnews

Related Post