Sat. Nov 23rd, 2024

ମୁକ୍ତିକାନ୍ତଙ୍କ ସପକ୍ଷରେ ଜିଲା କଂଗ୍ରେସର ଗଣବିକ୍ଷୋଭ

rklsanchar@gmail.com' By J.N. Pradhan Jul 3, 2018 #Featured
188 Views

ରାଉରକେଲା, ୩/୭: ରାଉରକେଲା ଯୁବକ ମୁକ୍ତିକାନ୍ତଙ୍କ ସମର୍ଥନରେ ଆଜି ବିଶ୍ରାଛକରେ ଜିଲା କଂଗ୍ରେସର ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ କଂଗ୍ରେସ ନେତାଙ୍କ ଆବାହକତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲାକଂଗ୍ରେସ ସଭାପତି ରବି ରାୟ, କାର୍ଯ୍ୟକାରୀ ସଭାପତି ସବିର ହୁସେନ, ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ । ଦିଲ୍ଲୀଠାରେ ଅନଶନରେ ବସିଥିବା ମୁକ୍ତିକାନ୍ତଙ୍କୁ ଅଗଣତାନ୍ତ୍ରିକ ଭାବେ ଯେପରି ପୁଲିସ ଉଠାଇନେଲା, ତାହା ନିନ୍ଦନୀୟ । ପ୍ରଧାନମନ୍ତ୍ରୀ ରାଉରକେଲାବାସୀଙ୍କୁ ମିଥ୍ୟା ପ୍ରତିଶୃତି ଦେଇଛନ୍ତି ।

ସୁନ୍ଦରଗଡ଼ ଲୋକସଭା ସଦସ୍ୟ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମୁକ୍ତିକାନ୍ତଙ୍କୁ ଦିଲ୍ଲୀଠାରେ ଅପମାନ କରିଛନ୍ତି । ରାଉରକେଲାବାସୀ ଭବିଷ୍ୟତରେ ଏହାର ଜବାବ ଦେବେ ବୋଲି ନେତୃବୃନ୍ଦ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା କୀର୍ତ୍ତନ ଦାସ, ଭାସ୍କର ଖିଲାର, ବ୍ଲକ ସଭାପତି ଶଙ୍କର ଅଗ୍ରୱାଲ, ମହମ୍ମଦ ସାହି, ପ୍ରସନ୍ନ ବଳିଆର ସିଂ, ସନ୍ତୋଷ ତନ୍ତୀ, ସୁଶୀଲ କିଣ୍ଡୋ, ବରିୟମ ସିଂ, ହରିଶ୍ଚନ୍ଦ୍ର ପାଣି, ବାସୁ ବାନାର୍ଜୀ, ଯୁବସଭାପତି ପ୍ରବୋଧ ଦାସ ପ୍ରମୁଖ ବକ୍ତବ୍ୟରଖି ମୁକ୍ତିକାନ୍ତଙ୍କ ପ୍ରତି ଆଚରଣକୁ ସମାଲୋଚନା କରିବା ସହିତ ମୁକ୍ତିକାନ୍ତଙ୍କ ପ୍ରତି ସମର୍ଥନ ଘୋଷଣା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠନେତା ଦୀନବନ୍ଧୁ ଭୋଳ, ଜେ.ଏନ. କୁମାର, ରାଜେଶ ଟପ୍ନୋ, ଚିତ୍ତରଂଜନ ମହାନ୍ତି, ଆର.ପି. ଜୟସ୍ୱାଲ, ରବୀନ୍ଦ୍ର ନାୟକ, ପ୍ରଫୁଲ କଂସାରୀ, ସର୍ବୈସ ସିଂ, ସମସାଦ ଆଲାମ, ମହିଳା କଂଗ୍ରେସର ନିରୁପମା ବଳିଆରସିଂ, ଲତା ନାୟକ, ରୀନା ଶର୍ମା, ରଜନୀ ଡାକୁଆ, ଲକ୍ଷ୍ମୀପ୍ରିୟା ଜେନା, ବିଜୟଲକ୍ଷ୍ମୀ ପ୍ରଧାନ, ନିରୁପମା ମିଶ୍ର, ରମେଶ ଗୁପ୍ତା, ଇନ୍ଦ୍ରମଣି ପଣ୍ଡା, ଆଶିଷ ମହାନ୍ତି, କାହ୍ନୁଚରଣ ନାୟକ, ପ୍ରଫୁଲ ପ୍ରଧାନ, ଗିରିଜା ମିଶ୍ର, ରଘୁ ଦାସ, ଦୁଶା ନାୟକ, ରଜନୀକାନ୍ତ ପାତ୍ର, ଶିବୁ ସାହୁ, ମକସୁଦ ଅଲୀ, ସୁଶୀଲ ମହାନ୍ତ, ଏମଡି ସୟଦ ଅଖତାର, ବନମାଳି ବିଶୋୟୀ, କାଳନ୍ଦୀ ମହାନ୍ତି, ଅରୁଣ ଜୟପୁରିଆ, ରାଜେନ୍ଦ୍ର ଜୟପୁରିଆ, ବୈଲୋଚନ ସାହୁ, ମଝିଆ ପ୍ରଧାନ, ପ୍ରଦୀପ ବେହେରା, ସନ୍ଦୀପନ ମହାପାତ୍ର, ଦୀନେଶ ବେହେରା, ଗୌତମ ଲେଙ୍କା, ପଙ୍କଜ ଦାସ, ପ୍ରଶାନ୍ତ ଜେନା, ସାକିର ହୁସେନ, ସୋଏବ ଅହମଦ, ଏମ.ଏସ. ଭୋଇନା, ତାହିର ଆଲାମ ପ୍ରମୁଖ ଉପସ୍ଥିତ ଥିଲେ । ଘନଶ୍ୟାମ ସୁନା ଶେଷରେ ଧନ୍ୟବାଦ ଦେଇଥିଲେ ।

Related Post