Sat. Mar 7th, 2026

ମିସ୍‌ ଫିଲିପିନ୍‌ସ କାଟ୍ରିଓନା ଗ୍ରେ ହେଲେ ମିସ୍‌ ୟୁନିଭର୍ସ-୨୦୧୮

237 Views

ବ୍ୟାଙ୍କକ୍‌ , ଡିସେମ୍ବର ୧୭ : ମିସ୍‌ ଫିଲିପିନ୍‌ସ କାଟ୍ରିଓନା ଗ୍ରେ ମିସ୍‌ ୟୁନିଭର୍ସ-୨୦୧୮ର ଟାଇଟଲ୍‌ ହାସଲ କରିଛନ୍ତି। ୨୪ ବର୍ଷୀୟା କାଟ୍ରିଓନା ୬୭ତମ ମିସ୍‌-ୟୁନିଭର୍ସ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ତାଙ୍କୁ ଦକ୍ଷିଣ ଆଫ୍ରିକୀୟ ଡେମି ଲେହନେଲ ମିଟରସ ଏହି ମୁକୁଟ ପିନ୍ଧାଇଥିଲେ। ଏହି ମିସ୍‌ ୟୁନିଭର୍ସ ପ୍ରତିଯୋଗିତା ଏଥର ଥାଇଲାଣ୍ଡର ବ୍ୟାଙ୍କକଠାରେ ଆୟୋଜିତ ହେଉଥିଲା।

ଟପ୍‌ ତିନିଜଣ ଫାଇନାଲିଷ୍ଟଙ୍କ ମଧ୍ୟରେ ଥିଲେ ମିସ୍‌ ଫିଲିପିନ୍‌ସ,ମିସ୍‌ ସାଉଥ୍‌ ଆଫ୍ରିକା ଓ ମିସ୍‌ ଭେନିଜୁଏଲା। ଏମାନଙ୍କ ଭିତରୁ ବାଜି ମାରି ନେଇଛନ୍ତି ମିସ୍‌ ଫିଲିଫିନ୍‌ସ କାଟ୍ରିଓନା। ପ୍ରଥମ ରନରଅପ୍‌ ହୋଇଛନ୍ତି ଦକ୍ଷିଣ ଆଫ୍ରିକାର ଟେମାରିନ୍‌ ଗ୍ରିନ୍‌ ଓ ଦ୍ୱିତୀୟ ରନରଅପ୍‌ ହେବାର ସୌଭାଗ୍ୟ ଲାଭ କରିଛନ୍ତି ମିସ୍‌ ଭେନଜୁଏଲ ସ୍ଥେଫନି ଗୁଟରେଜ୍‌।

ଏଥର ଏହି ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାରତର ମିସ ଇଣ୍ଡିଆ ନେହଲ ଚୁଦାସମା ଟପ୍‌ ଟେନ୍‌ ଭିତରେ ମଧ୍ୟ ନିଜ ପାଇଁ ସ୍ଥାନ ତିଆରି କରିପାରିନଥିଲେ। ମିସ୍‌ ୟୁନିଭର୍ସ-୨୦୧୮ରେ ୯୪ଟି ଦେଶର ସୁନ୍ଦରୀମାନେ ଅଂଶ ଗ୍ରହଣ କରିଥିଲେ। ଷ୍ଟିଭ୍‌ ହାର୍ବେ ଓ ସଲ ଗ୍ରେହମ୍‌ ଏହି କାର୍ଯ୍ୟକ୍ରମର ସଞ୍ଚାଳନ କରିଥିଲେ।

By amfnews

Related Post