Fri. Mar 6th, 2026

ମିସ୍‌ ଆଫ୍ରିକା-୨୦୧୮ ମୁକୁଟ ପିନ୍ଧିବାର ମାତ୍ର କିଛି ସେକେଣ୍ଡ୍‌ ଭିତରେ ମଞ୍ଚ ଉପରେ ଘଟିଲା ଅପ୍ରୀତିକର ଘଟଣା, କଙ୍ଗୋ ସୁନ୍ଦରୀଙ୍କ କେଶରେ ଲାଗିଲା ନିଆଁ

368 Views

ପ୍ରିଟୋରିଆ: ସୁନ୍ଦରୀ ପ୍ରତିଯୋଗିତାର ଶୀର୍ଷକ ଜିତିବାର ମାତ୍ର କିଛି କ୍ଷଣ ଭିତରେ ମିସ୍‌ ଆଫ୍ରିକାଙ୍କ ସହ ଘଟିଯାଇଛି ଏକ ଅବିଶ୍ୱସନୀୟ ଘଟଣା। ଆପଣ ବିଶ୍ୱାସ କରିବେ ନାହିଁ ଯେ ବିଜେତା ମୁକୁଟ ପିନ୍ଧିବାର କିଛି ସେକେଣ୍ଡ୍‌ ଭିତରେ ମିସ୍‌ ଆଫ୍ରିକା-୨୦୧୮ର ବିଜୟିନୀ ଡୋରକାସ କ୍ୟାସିଣ୍ଡେଙ୍କ କେଶରେ ନିଆଁ ଲାଗିଯିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ମଞ୍ଚ ଉପରେ ୨୦୧୭ ମସିହାର ମିସ୍‌ ଆଫ୍ରିକା ଗାସେଙ୍ଗୋଏ ବାଲୋପିଙ୍କୁ କ୍ୟାସିଣ୍ଡେ ଆଲିଙ୍ଗନ କରୁଥିବା ସମୟରେ ଅଚାନକ ତାଙ୍କ କେଶରେ ନିଆଁ ଲାଗି ଯାଇଥିଲା। ସେ ସଙ୍ଗେ ସଙ୍ଗେ ତଳେ ପଡ଼ି ଯାଇଥିଲେ।

ତେବେ, ଏପରି ଏକ ଅପ୍ରୀତିକର ପରିସ୍ଥିତି ଘଟିବା ପରେ ବି ଆଫ୍ରିକା ସୁନ୍ଦରୀଙ୍କର କୌଣସି କ୍ଷତି ହୋଇ ନଥିବା ସୂଚନା ରହିଛି। ତାଙ୍କୁ ମଞ୍ଚ ଉପରେ ପୁରସ୍କାର ରାଶି ବାବଦରେ ୩୫,୦୦୦ ଡଲାର ସହ ଏକ ସ୍ପୋର୍ସ ଗାଡ଼ି ଦିଆଯିବ ବୋଲି ଘୋଷଣା କରାଯାଇଛି।

Embedded video

କ୍ୟାସିଣ୍ଡେ ପରବର୍ତ୍ତୀ ମୁହୂର୍ତ୍ତରେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ସୋସିଆଲ୍‌ ମିଡିଆରେ ନିଜେ ପ୍ରକାଶ କରିଛନ୍ତି। ତାଙ୍କୁ ସମର୍ଥନ କରୁଥିବା ସମସ୍ତ ପ୍ରଶଂସକମାନଙ୍କୁ ସେ କୃତଜ୍ଞତା ଜଣାଇବା ସହ ନିଜର ଖୁସି ବ୍ୟକ୍ତ କରିଛନ୍ତି।

ଉଲ୍ଳେଖଯୋଗ୍ୟ, ମିସ୍‌ କ୍ୟାସିଣ୍ଡେ ଗ୍ରାଣ୍ଡ୍‌ ଫାଇନାଲ୍‌ରେ ପ୍ରତିଦ୍ୱନ୍ଦ୍ୱୀ ପ୍ରତିଯୋଗୀ ନାଇଜେରିଆର ଚିଆମାକା ନୈନାମୋକା ଓ ଜାମ୍ବିଆର ଗ୍ଲାଡିସ୍‌ କ୍ୟୁମ୍ବାଙ୍କ ସହ ମଞ୍ଚରେ ଉପସ୍ଥିତ ହୋଇଥିଲେ। ଦୁଇ ପ୍ରତିଦ୍ୱନ୍ଦୀଙ୍କୁ ପଛରେ ପକାଇ ଶେଷରେ ମିସ୍‌ ଆଫ୍ରିକା-୨୦୧୮ର ମୁକୁଟ ଜିତିଥିଲେ କଙ୍ଗୋ ଦେଶୀୟ ସୁନ୍ଦରୀ ଡୋରକାସ କ୍ୟାସିଣ୍ଡେ।

By amfnews

Related Post