Sat. Mar 7th, 2026

ମିଶନ ରାଉରକେଲା ପକ୍ଷରୁ ଇନଭର୍ଟର ପ୍ରଦାନ

210 Views

ରାଉରକେଲା, ୯ା୧୧  : ମିଶନ ରାଉରକେଲା ପକ୍ଷରୁ ନିର୍ମଲ ସେବାଶ୍ରମ ଠାରେ ଅନ୍ତେବାସୀଙ୍କ ସହ ପବିତ୍ର ଦୀପାବଳି ପର୍ବ ପାଳନ କରାଯାଇଛି । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ସେବାଶ୍ରମରେ ବିଦ୍ୟୁତ୍ ସରବରାହ ଜାରି ରଖିବା ଉଦ୍ଦେଶ୍ୟରେ ଏକ ଇନଭର୍ଟର ପ୍ରଦାନ କରାଯାଇଛି ।

ଅନୁଷ୍ଠାନର ସଦସ୍ୟମାନେ ଦାପାବଳିରେ ଅଯଥାରେ ବାଣ ବାବଦରେ ଖର୍ଚ୍ଚ ନକରି ଉକ୍ତ ଅର୍ଥରେ ଅନାଥ ଆଶ୍ରମର ଅନ୍ତେବାସୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଉଦ୍ଦେଶ୍ୟରେ ଏହା ପ୍ରଦାନ କରିଛନ୍ତି । ଏହି ଅବସରରେ ବାବୁ ଖାନ, ଅଭିଳାଷ ପଢ଼ିଆରୀ, ସରୋଜ ନନ୍ଦ, ପ୍ରଜ୍ଞାଲିସା ନାୟକ, ଶ୍ରୀଧର ସେନାପତି, ପ୍ରଦ୍ୟୁମ୍ନ ବିକ୍ରମ ସିଂ, ପଲ୍ଲବୀ ସାହୁ, ତନ୍ମୟ ବିଶୋୟୀ, ସୁନାଲ ପୁରୋହିତ, ସୁଚିସ୍ମିତା ମହାନ୍ତି, ଆଶିଷ ସିଂ, ଜ୍ଞାନ ଷଡ଼ଙ୍ଗୀ ପ୍ରମୁଖ ସାମିଲ ହୋଇ ଅନ୍ତେବାସୀଙ୍କୁ ବାଣ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ ।

By amfnews

Related Post