Wed. Jan 1st, 2025

ମିଳିତ ଟ୍ରେଡ୍ ୟୁନିୟନ ଡାକରାରେ ଆଗାମୀ ଜାନୁୟାରୀ ୮ ଓ ୯ ଧର୍ମଘଟ ପାଇଁ ବିଶ୍ରା ଛକରେ ବିକ୍ଷୋଭ ପ୍ରଦର୍ଶନ ଆର୍ଏସ୍ପି କର୍ତ୍ତୃପକ୍ଷ ଓ ଆର୍ଏଲ୍ସିଙ୍କୁ ଧର୍ମଘଟର ନୋଟିସ୍ ପ୍ରଦାନ

By amfnews Dec 21, 2018 #Featured
311 Views

ରାଉରକେଲା, ୨୧ା୧୨  : ବିଶ୍ରା ଛକଠାରେ ମିଳିତ ଟ୍ରେଡ୍ ୟୁନିୟନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି । ଏହି ବିକ୍ଷୋଭକୁ ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି, ଜିଏମ୍ଏସ୍ ତଥା ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ, ଆଇଏନ୍ଟିୟୁସି ସାଧାରଣ ସମ୍ପାଦକ ପ୍ରଶାନ୍ତ ବେହେରା, ଏଚ୍ଏମ୍ଏସ୍ର ଶଶଧର ନାୟକ, ଏଆଇୟୁଟିୟୁସିର ସତ୍ୟପ୍ରିୟ ମହାନ୍ତି, ସିୟରର ହେମନ୍ତ ବେହୁରିଆ ପ୍ରମୁଖ ନେତୃତ୍ୱ ନେଇଥିଲେ । ଆଗାମୀ ଜାନୁୟାରୀ ୮ ଓ ୯ ଧର୍ମଘଟକୁ ସଫଳ କରିବା ପାଇଁ ୧୬ ଦଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ବିମାନ ମାଇତିଙ୍କ ସଭାପତିତ୍ୱରେ ଗୋପାଳ ଦାସ, ବସନ୍ତ ନାୟକ, ନିହାର ଦାସ, ଯୋଗେନ୍ଦ୍ର ମହନ୍ତ, କଳାକାର ସାହୁ, ବି.ପି. ମହାପାତ୍ର, ଦିଲ୍ଲୀପ ମହାପାତ୍ର, ସିଦେ୍ଧଶ୍ୱର ବଳ, ପ୍ରତାପ ପଣ୍ଡା, ଶ୍ରୀମନ୍ତ ବେହେରା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ସେଲ୍ର ଘରୋଇକରଣ ବନ୍ଦ କରିବା, ନୂତନ ଏନ୍ଜେସିଏସ୍ ଚୁକ୍ତିନାମା ତୁରନ୍ତ କରିବା, ଚୁକ୍ତିନାମା ହୋଇଥିବା ପେନ୍ସନକୁ କାର୍ଯ୍ୟକାରୀ କରିବା, ଆଇଜିଏଚ୍କୁ ସୁପର ସ୍ପେସାଲିଟି ହସ୍ପିଟାଲ ଓ ମେଡିକାଲ କଲେଜ କରିବା, ମାସିକ ସର୍ବନିମ୍ନ ୧୮ ହଜାର ଟଙ୍କା କରିବା, ଦରଦାମ୍ ନିୟନ୍ତ୍ରଣ କରିବା, ସର୍ବନିମ୍ନ ପେନ୍ସନ ୬ ହଜାର କରିବା, ବୋନସ୍ ଗ୍ରାଚ୍ୟୁଇଟିର ସିଲିଂ ହଟାଇବା, ଶ୍ରମ ଆଇନ୍ ପରିବର୍ତ୍ତନକୁ ବନ୍ଦ କରିବା, ଶ୍ରମ ଆଇନ୍କୁ କଡାକଡି ଭାବେ ଲାଗୁ କରିବା, ୪୫ ଦିନ ଭିତରେ ଟ୍ରେଡ୍ ୟୁନିୟନମାନଙ୍କୁ ପଞ୍ଜିକରଣ କରିବା ଓ ଆଇଏଲ୍ଓ କନ୍ଭେନ୍ସନକୁ ମାନିବା, ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ କରିବା, ବନ୍ଦ କଳକାରଖାନାକୁ ଖୋଲି ନିଯୁକ୍ତି ଦେବା, ସ୍ଥାୟୀ ଜାଗାରେ କାମ କରୁଥିବା ଠିକା ଶ୍ରମିକଙ୍କୁ ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ସମାନ କାମକୁ ସମାନ ସୁବିଧା ଦେବା ଇତ୍ୟାଦି ଦାବି କରାଯାଇଥିଲା ।

ସରକାର ଆଫୋର୍ଡେବିଲିଟି ନାମରେ ଏନ୍ଜେସିଏସ୍ ବୈଠକ ବସୁନାହିଁ । ତେଣୁ ସମସ୍ତ ଇସ୍ପାତ ଶ୍ରମିକ ଓ ଠିକା ଶ୍ରମିକ ଆଗାମୀ ଧର୍ମଘଟକୁ ସଫଳ କରିବା ପାଇଁ ନିବେଦନ କରାଯାଇଥିଲା । ପରେ ମିଳିତ ଟ୍ରେଡ୍ ୟୁନିୟନର ନେତୃବୃନ୍ଦ ଆର୍ଏସ୍ପି ସିଇଓଙ୍କ ଅନୁପସ୍ଥିତିରେ ଆର୍ଏସ୍ପି କାର୍ମିକ ଓ ପ୍ରଶାସନ ବିଭାଗ ଇଡି ରାଜବୀର ସିଂହଙ୍କୁ ଧର୍ମଘଟ ନୋଟିସ୍ ପ୍ରଦାନ ପୂର୍ବକ ଆଲୋଚନା କରିଥିଲେ । ହୋପରେ ଆର୍ଏଲ୍ସିଙ୍କୁ ମଧ୍ୟ ନୋଟିସ୍ର ଏକ କପି ପ୍ରଦାନ କରାଯାଇଥିଲା । ଆଜିର ଏହି ବିକ୍ଷୋଭରେ ନିହାର ସାମଲ, ଆଲୋକ ବୋଷ, ରତ୍ନାକର ନାୟକ, ସମୀର ମହାନ୍ତି, ଅଜୟ ଶର୍ମା, ଅଶୋକ ରାଉତ, ଅସିତ ଦାସ, ୱାଇ. ସାହୁ, ବି. ମାଝି, ଅଭିମନ୍ୟୁ ରାଉତ, ଅରୁ ଦାସ, ପି.କେ. ମହାନ୍ତି, ବି. ବେହୁରିଆ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

By amfnews

Related Post