Mon. Mar 9th, 2026

ମିଠା ମିଠା କଥା କହି ଠକିଦେଲେ ପୁଲିସ୍‌ ବାବୁ

122 Views

ଭୁବନେଶ୍ୱର  : ମିଠା ମିଠା କଥା କହି ମନ ମୋହିନେଲେ। ପ୍ରେମରେ ପଡ଼ିବା ପରେ ବିବାହର ପ୍ରତିଶ୍ରୁତି ଦେଇ ଛଳନା କଲେ। ଏବେ କିନ୍ତୁ  ଆଉ ଧରା ଛୁଆଁ ଦେଉ ନାହାନ୍ତି। ବିବାହ ନାଁ ଧରିଲେ ନାନା ବାହାନା କରି ସମୟ ଗଡ଼ାଇ ଚାଲୁଛନ୍ତି। ଏପରି ଅଭିଯୋଗ ଆସିଛି ଜଣେ ପୁଲିସ୍‌ ଅଧିକାରୀଙ୍କ ବିରୋଧରେ। ଅଭିଯୁକ୍ତଜଣକ ଭୁବନେଶ୍ୱର ୧୨୩ ରିଜର୍ଭ ବାଟାଲିଅନର ଡିଏସ୍‌ପି ମନୋଜ କୁମାର ମହାକୁଡ଼ ବୋଲି ଜଣାପଡ଼ିଛି। ତାଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜଣେ ଯୁବତୀ।

ଏ ନେଇ ଯୁବତୀ ଜଣକ ଭୁବନେଶ୍ୱର ମହିଳା ଥାନାରେ ଏତଲା ଦେଇଛନ୍ତି । ବିବାହର ପ୍ରତିଶ୍ରୁତି ଦେଇ ସଂପୃକ୍ତ ଅଧିକାରୀ ତାଙ୍କୁ ଅସଦାଚରଣ କରିଥିବା ସେ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି । ଏତଲା ପରେ ଅଭିଯୁକ୍ତ ଡିଏସ୍‌ପି ମନୋଜ ମହାକୁଡ଼ଙ୍କୁ ଥାନାରେ ଅଟକ ରଖିଛି ପୁଲିସ୍‌।

By amfnews

Related Post